ଭୁବନେଶ୍ୱର: ବାଙ୍ଗାଲୋରର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଆନ୍ତର୍ଜାତୀୟ ଚାମ୍ପିୟନଶିପରେ ଓଡିଶାର ଜୟନ୍ତୀ ବେହେରା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୨୩ ବର୍ଷୀୟା ଜୟନ୍ତୀ ମହିଳା ୧୦୦ ମିଟରେ ଏହି ସଫଳତା ହାସଲ କର ଓଡିଶାକୁ ଗୌରବାନ୍ୱିତ କରିଛନ୍ତି । ସେ ୧୩.୨୮ ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ସେ ଏହା ପୂର୍ବରୁ ୨୦୨୧ ଓ ୨୨ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହି ୨ଟି ପ୍ରତିଯୋଗିତା ଯଥାକ୍ରମେ ବେଙ୍ଗାଲୁରୁ ଓ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ।
ଗତ ବର୍ଷ ଜାତୀୟ ଚାମ୍ପିୟନଶିପରେ ଏହି ପୂର୍ବତନ ୱାର୍ଲ୍ଡ ୟୁଥ ଚାମ୍ପିୟନ ଶ୍ରେଷ୍ଠ ମହିଳା ପାରା ଆଥଲେଟ ଭାବେ ବିବେଚିତ ହୋଇଥିଲେ । ତାଙ୍କ ସଫଳତା ନେଇ ବିଭିନ୍ନ ମହଲରୁ ପ୍ରଶଂସାର ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।
Comments are closed.