Latest Odisha News

BREAKING NEWS

ପାଇକ ସଂଗ୍ରାମ କାହାଣୀକୁ ନେଇ ଆଧାରିକ ଫିଲ୍ମ : ଜୟୀ ରାଜଗୁରୁ ସିନେମା ଦେବ ଦେଶପ୍ରେମର ବାର୍ତ୍ତା

ଭୁବନେଶ୍ବର: ଜୟୀ ରାଜଗୁରୁ ସିନେମା ଦେବ ଦେଶପ୍ରେମର ବାର୍ତ୍ତା । ଏହି ବୀର ସନ୍ତାନଙ୍କ ସଂଘର୍ଷମୟ ପାଇକ ସଂଗ୍ରାମ କାହାଣୀକୁ ନେଇ ଜୟଭାରତ  ଏଣ୍ଟନମେଣ୍ଟ ତରଫରୁ ‘ଜୟୀ ରାଜଗୁରୁ’ନାମକ ଏକ ଚଳଚିତ୍ର ନିର୍ମାଣ ହୋଇଛି  ।  ଏହି ଚଳଚ୍ଚିତ୍ରଟି  ସୁଟିଂ  ଆରମ୍ଭରୁ ହିଁ ଚର୍ଚ୍ଚାକୁ ଆସିଛି। କାରଣ ସୁଟିଂ ଆରମ୍ଭରେ କଳାକାରମାନେ ଏକାଠି ବେଦମନ୍ତ୍ର ଉଚାରଣ କରିଥାନ୍ତି। ଏପରିକି ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାର ଏବଂ କର୍ମକର୍ତ୍ତାମାନେ ସୁଟିଂର  ଶେଷଦିନ ଯାଏ କେବଳ ନିରାମିଷ  ଭୋଜନ କରିଥିଲେ  ।  ଓଡ଼ିଶାର ବିଭିନ୍ନ ବଣ ଜଙ୍ଗଲ, ପାହାଡ଼, ପଡ଼ିଆ ଆଦି ସ୍ଥାନରେ ଏହି ଏୗତିହାସିକ  ଚଳଚ୍ଚିତ୍ରଟି ସୁଟିଂ ହୋଇଛି  ।

ଫିଲ୍ମର ଅଧିକାଂଶ ଭାଗ ଓଡ଼ିଶାର କୋରାପୁଟ, ସୁନାବେଡ଼ା , ମୟୁରଭଞ୍ଜ, କଳାହାଣ୍ଡି, ଗଞ୍ଜାମ, ଖୋର୍ଦ୍ଧା, ବାଣପୁର, ପୁରୀ,ବ୍ରହ୍ମଗିରି, ଚିଲିକା ଉପକୂଳ ଅଞ୍ଚଳରେ ସୁଟିଂ ହୋଇଛି  । ସୁଟିଂ ବେଳେ କଳାକାରମାନେ ପାରମ୍ପରିକ ପାଇକ ବେଶଭୂଷା ଓ ଅସ୍ତଶସ୍ତ୍ରରେ ସୁସଜ୍ଜିତ ହୋଇ ଅଭନୟ କରିଛନ୍ତି  । ଏହାର ନିର୍ଦ୍ଦେଶକ ଦେଇଛନ୍ତି  ଜୟ ସେନ୍‌ । ପ୍ରଚ୍ଛଦପଟର  ମାର୍ଗଦର୍ଶକ ଭାବେ ରହିଛନ୍ତି ପ୍ରଫେସର ନାରାୟଣ ରାଓ, ଡକ୍ଟର ଜଟାଧାରୀ ମିଶ୍ର, ଶ୍ରୀଦେବ ନନ୍ଦ, ଗୋପାଳ ମହାପାତ୍ର , ଡ଼.ଧୀରେନ୍‌ ନନ୍ଦଙ୍କ ସମେତ ବହୁ  ଅବସରପ୍ରାପ୍ତ ସେନା ଅଧିକାରୀ, ପରିବେଶବିତ୍‌, ଶିକ୍ଷାବିତ୍‌ ପ୍ରମୂଖ  । ଏହି ଫିଲ୍ମରେ ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ରର କିଛି କଳାକାର ଅଭିନୟ କରିଥିବାବେଳେ  ଓଡ଼ିଶାର ବହୁ ନବାଗତ କଳାକାରଙ୍କୁ ଏଥିରେ ଦେଖିବାକୁ ମିଳିବ । ଓଡ଼ିଆ ପାଇକଙ୍କ ବୀରତ୍ୱର ପରିଚୟ ଓ  ଦେଶପ୍ରେମ ଜାଗରଣର ବାର୍ତ୍ତା ଦେବ ‘ଜୟୀ ରାଜଗୁରୁ’ ।

Comments are closed.