Latest Odisha News

BREAKING NEWS

ବିଜେପିକୁ କର୍ଣ୍ଣାଟକ ଶାସନରୁ ଦୂରରେ ରଖିବା ପାଇଁ ହୋଇପାରେ କଂଗ୍ରେସ ଓ ଜେଡିଏସ୍ ଦଳର ମେଣ୍ଟ

କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭା  ନିର୍ବାଚନକୁ ଆଉ ମାତ୍ର ଆଠ ମାସ ବାକିଅଛି । ଏବେ ଠାରୁ କର୍ଣ୍ଣାଟକ ବିଧାନସଭା ଦଖଲ ପାଇଁ ପ୍ରମୁଖ ରାଜନୈତିକ ଦଳ ମାନେ ରଣନୀତି ପ୍ରସ୍ତୁତ ଆରମ୍ଭ କରିସାରିଲେଣି । ବିଜେପିକୁ କର୍ଣ୍ଣାଟକ ଶାସନ ରେ ଦୁରରେ ରଖିବା ପାଇଁ ପୁଣିଥରେ କଂଗ୍ରେସ ଓ ଜେଡିଏସ୍ ଦଳର ମେଣ୍ଟ ହୋବାର ସମ୍ଭାବନା ଅଛି  । ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି ଜେଡିଏସ୍‌ ନେତା ଏଚଡି କୁମାରସ୍ୱାମୀ । କୁମାରସ୍ୱାମୀ କହିଛନ୍ତି ଯେ ଯଦି ବିଜେପି କୁ ଅଟକାଇବା ପାଇଁ  କର୍ଣ୍ଣାଟକରେ କଂଗ୍ରେସକୁ ସମର୍ଥନ ଦେବାକୁ ହୁଏ ତେବେ ସେ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିବେ।

ଚିତ୍ରଦୃର୍ଗାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କୁମରସ୍ୱାମୀ କହିଛନ୍ତି “ ତାଙ୍କୁ ତାଙ୍କ ଯୁଦ୍ଧ ଲଢ଼ିବାକୁ ଦିଅ, ମୁଁ ମୋ ଯୁଦ୍ଧ ଲଢିବି। କିନ୍ତୁ ଯଦି ଭଗବାନ ଇଚ୍ଛା ଯେ ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ତେବେ ତାହା ହେବ, ମୋ ସମର୍ଥନ ତାଙ୍କ ସହ ରହିବ ” । ଏଥିପାଇଁ ସେ ସାଧୁସନ୍ଥ ସମୁଦାୟର ଆଶୀର୍ବାଦ କାମନା କରୁଛନ୍ତି। । ଏନେଇ କୁମାରସ୍ୱାମୀ କହିଛନ୍ତି “ ବର୍ତ୍ତମାନ ରାଜନୈତିକ ସ୍ଥିତି ନେଇ ମୁଁ ଓ ସନ୍ଥମାନେ ଯାହା କହିଛନ୍ତି ତାହା ଗହନ କଥା। ମୁଁ ଆଶା କରୁଛି ଲୋକେ ବୁଝିଯିବେ।”କୁମାରସ୍ୱାମୀ ଓ ଶିବକୁମାର ଭୋକ୍କାଲିଗା ସମ୍ପ୍ରଦାୟର ବିଶ୍ୱସ୍ଥ ନେତା। ତା ସହ ଦଳର କିଛି ନେତା ମଧ୍ୟର ଏହି ସମ୍ପ୍ରଦାୟରୁ ଆସିଛନ୍ତି। ଏମାନଙ୍କ ଭୋଟ୍ କର୍ଣ୍ଣାଟକ ରାଜନୀତିରେ ଗୁରୁତ୍ୱ ରଖେ। ରାଜ୍ୟର ୧୨ ପ୍ରତିଶତ ଭୋଟ ଭୋକ୍କାଲିଗା ସମ୍ପ୍ରଦାୟରୁ ଆସିଥାଏ। ଲିଙ୍ଗାୟତଙ୍କ ପରେ ଏମାନେ ଦ୍ୱିତୀୟ ସର୍ବାଧିକ ଭୋଟଧାରୀ ଜନତା। ପୁରୁଣା ମୟୁଶର ଓ କର୍ଣ୍ଣାଟକର ଦକ୍ଷିଣାଞ୍ଚଳରେ ଏମାନଙ୍କର ସଂଖ୍ୟା ଅଧିକ ରହିଛି। ଏପଟେ ଡି.କେ ଶିବକୁମାର ନିଜକୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପାର୍ଥୀ ଭାବେ ଘୋଷଣା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆସନ୍ତା ବିଧାନସଭା ନିର୍ବାଚନକୁ ତାଙ୍କର ଶେଷ ନିର୍ବାଚନ ବୋଲି କହିଛନ୍ତି  ।   ତେବେ କଂଗ୍ରେସର ଗୋଷ୍ଟି କନ୍ଦଳ ଅନ୍ୟ ରାଜ୍ୟମାନଙ୍କ ଭଳି କର୍ଣ୍ଣାଟକରେ ମଧ୍ୟ ରହିଛି। ଏଠାରେ ଡିକେ ଶିବକୁମାର ଓ ସିଦ୍ଧରମୟାଙ୍କ ଭିତରେ ମୁଖ୍ୟମନ୍ତ୍ରୀ ହେବାକୁ ଦୌଡ଼ ରହିଛି। ତେଣୁ ପରସ୍ପର ମଧ୍ୟରେ ଭିତିରି ଗୋଟି ଚାଳନାରେ ବ୍ୟସ୍ତ ଥିବା କୁହାଯାଉଛି। ସବୁପରେ ମଧ୍ୟ ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିକୁ କର୍ଣ୍ଣାଟକ ଶାସନରୁ ଦୂରରେ ରଖିବା ପାଇଁ ପୁଣିଥରେ କଂଗ୍ରେସ ଓ ଜେଡିଏସ୍ ଦଳର ମେଣ୍ଟ ହୋଇପାରେ ହୋଇପାରେ ହୋଲି ରାଜନୈତିକ ଆକଳନ କରାଯାଉଛି  ।

Leave A Reply

Your email address will not be published.