ନୂଆଦିଲ୍ଳୀ: ବୁରାଡିରେ ବିଜେପି-ଜେଡିୟୁ ମେଣ୍ଟର ବଡ ହାର । କେଜରିୱାଲଙ୍କ କ୍ରେଜ ଆଗରେ ଫେଲ୍ ମାରିଲା ନୀତିଶ-ଶାହାଙ୍କ ବଡ କ୍ୟାମ୍ପେନ୍ । ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଆପ୍ ପ୍ରାର୍ଥୀ ସଞ୍ଜୀବ ଝା । ରେକର୍ଡ ମାର୍ଜିନରେ ଜେଡିୟୁ ପ୍ରାର୍ଥୀ ଶୈଳେନ୍ଦ୍ର କୁମାରଙ୍କୁ ସେ ମାତ ଦେଇଛନ୍ତି । ୮୮ ହଜାର ୧୫୮ ଖଣ୍ଡ ଭୋଟ ବ୍ୟବଧାନରେ ଜେଡିୟୁ ପ୍ରାର୍ଥୀଙ୍କୁ ହରାଇଛି ଆପ୍ । ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ସବୁଠୁ ବଡ ବିଜୟ ବ୍ୟବଧାନରେ ଇତିହାସ ସୃଷ୍ଟି ହୋଇଛି । ଫଳାଫଳ ପରେ ଚର୍ଚ୍ଚା ହେଉଛି, ବୁରାଡିରେ କେଜରିୱାଲଙ୍କ କରିସ୍ମା ଆଗରେ କାମ ଦେଲାନି ନୀତିଶ-ଶାହଙ୍କ ଯୁଗଳବନ୍ଦୀଙ୍କ ହାଇଭୋଲଟେଜ୍ କ୍ୟାମ୍ପେନ୍ । ବୁରାଡି ଆସନ ହାତେଇବାକୁ ପୂରା କଳବଳ ଲଗାଇ ଦେଇଥିଲେ ଜେଡିୟୁ ଓ ବିଜେପି । ଜେଡିୟୁ ପ୍ରାର୍ଥୀ ଶୈଳେନ୍ଦ୍ର କୁମାରଙ୍କ ପାଇଁ ୨ତାରିଖରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ଭୋଟ ମାଗିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ବିଶାଳ ରାଲିରେ ବୁରାଡି ଭୋଟରଙ୍କ ଜନସମର୍ଥନ ମାଗିଥିଲେ ।
BREAKING NEWS
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
Comments are closed.