ନୂଆଦିଲ୍ଳୀ: ବୁରାଡିରେ ବିଜେପି-ଜେଡିୟୁ ମେଣ୍ଟର ବଡ ହାର । କେଜରିୱାଲଙ୍କ କ୍ରେଜ ଆଗରେ ଫେଲ୍ ମାରିଲା ନୀତିଶ-ଶାହାଙ୍କ ବଡ କ୍ୟାମ୍ପେନ୍ । ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଆପ୍ ପ୍ରାର୍ଥୀ ସଞ୍ଜୀବ ଝା । ରେକର୍ଡ ମାର୍ଜିନରେ ଜେଡିୟୁ ପ୍ରାର୍ଥୀ ଶୈଳେନ୍ଦ୍ର କୁମାରଙ୍କୁ ସେ ମାତ ଦେଇଛନ୍ତି । ୮୮ ହଜାର ୧୫୮ ଖଣ୍ଡ ଭୋଟ ବ୍ୟବଧାନରେ ଜେଡିୟୁ ପ୍ରାର୍ଥୀଙ୍କୁ ହରାଇଛି ଆପ୍ । ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ସବୁଠୁ ବଡ ବିଜୟ ବ୍ୟବଧାନରେ ଇତିହାସ ସୃଷ୍ଟି ହୋଇଛି । ଫଳାଫଳ ପରେ ଚର୍ଚ୍ଚା ହେଉଛି, ବୁରାଡିରେ କେଜରିୱାଲଙ୍କ କରିସ୍ମା ଆଗରେ କାମ ଦେଲାନି ନୀତିଶ-ଶାହଙ୍କ ଯୁଗଳବନ୍ଦୀଙ୍କ ହାଇଭୋଲଟେଜ୍ କ୍ୟାମ୍ପେନ୍ । ବୁରାଡି ଆସନ ହାତେଇବାକୁ ପୂରା କଳବଳ ଲଗାଇ ଦେଇଥିଲେ ଜେଡିୟୁ ଓ ବିଜେପି । ଜେଡିୟୁ ପ୍ରାର୍ଥୀ ଶୈଳେନ୍ଦ୍ର କୁମାରଙ୍କ ପାଇଁ ୨ତାରିଖରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ଭୋଟ ମାଗିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ବିଶାଳ ରାଲିରେ ବୁରାଡି ଭୋଟରଙ୍କ ଜନସମର୍ଥନ ମାଗିଥିଲେ ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.