Latest Odisha News

BREAKING NEWS

ଗ୍ୟାସ ସିଲିଣ୍ଡର ଫାଟି ଘର ସହ ଜୀବନ୍ତ ଜଳିଗଲେ ମହିଳା

ଭଦ୍ରକ: ଭଦ୍ରକ ଗ୍ରାମାଂଚଳ ଥାନା ସେରପୁର ଗାଁରେ ଅଭାବନୀୟ ଘଟଣା । ଗ୍ୟାସ ସିଲିଣ୍ଡର ଫାଟି ଘର ସହ ଜଣେ ମହିଳା ଜଳି ଯାଇଛନ୍ତି ଓ ତାଙ୍କ ସ୍ୱାମୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନିଆଁରେ ୩ ବଖରା ଘର ସହ ସବୁ ଜିନିଷ ପୋଡି ପାଉଁଶ ହୋଇଯାଇଛି ।

ସୂଚନାଯୋଗ୍ୟ, ଭଦ୍ରକ ସେରପୁର ଗାଁରେ ସର୍ଟ ସର୍କିଟରୁ ନିଆଁ ଲାଗିବା ପରେ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା । ଯଦ୍ୱାରା ଘରେ ନିଆଁ ଲାଗିଯିବାରୁ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ମୃତ ମହିଳା ଜଣକ ହେଉଛନ୍ତି ସରୋଜିନୀ ପରିଡା । ମହିଳାଙ୍କ ସ୍ୱାମୀଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକରୁ ଦମକଳ ବାହିନୀ ଆସି ନିଆଁ ଲିଭାଇଥିଲେ ।

Leave A Reply

Your email address will not be published.