ପାଟନା: ବରିଷ୍ଠ ଜେଡିୟୁ ନେତା କୈଳାଶ ମହତୋଙ୍କୁ ଗୁଳି କରି ହତ୍ୟା। ଗୁରୁବାର ବିଳମ୍ବିତ ରାତିରେ କଟିହାର ପୁଲିସ ଷ୍ଟେସନ୍ ଏରିଆରେ ଜଣେ ଦୁର୍ବୃତ୍ତ ବାଇକ୍ରେ ଆସି ମହତୋଙ୍କୁ ଗୁଳି କରି ଫେରାର୍ ହୋଇଯାଇଛି। ୭୦ ବର୍ଷୀୟ ମହତୋଙ୍କ ପେଟରେ ଓ ମୁଣ୍ଡରେ ଏକାଧିକ ଗୁଳି କରାଯାଇଛି।
ମିଳିଥିବା ଖବର ଅନୁସାରେ, ଜମିକୁ ନେଇ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଛି। ବରାରୀ ଥାନା ଏରିଆରେ ଥିବା ପୂର୍ବ ବାରୀ ନଗର ପଞ୍ଚାୟତରେ କୈଳାଶଙ୍କ ଘର। ସେ କିଛିଦିନ ପୂର୍ବରୁ ଜୀବନ ପ୍ରତି ବିପଦ ଦର୍ଶାଇ ପ୍ରଶାସନକୁ ସୁରକ୍ଷା ମାଗିଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି।
ଘଟଣାକୁ ନେଇ ତଦନ୍ତ ଜାରି ରହିଛି। ପାଖାପାଖି ୪-୫ ରାଉଣ୍ଡ ଗୁଳି କରାଯାଇଛି। ଅପରାଧିକୁ ଶୀଘ୍ର ଗିରଫ ଧରାଯିବ ବୋଲି କଟିହାର ଏସ୍ଡିପିଓ ଓମ୍ ପ୍ରକାଶ କହିଛନ୍ତି। କୈଳାଶଙ୍କ ମୃତଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ଯାଇ ଏ ବିଷୟରେ ଅଧିକ ସୂଚନା ଦେଇ ହେବ ବୋଲି ଏସଡିପିଓ କହିଛନ୍ତି।
Comments are closed.