Latest Odisha News

BREAKING NEWS

ୱାକଫ ବିଲକୁ ନୀତିଶଙ୍କ ସମର୍ଥନ, ଇସ୍ତଫା ଦେଲେ ଜେଡିୟୁ ନେତା

ପାଟନା: ବିହାର ରାଜନୀତିରେ ନୀତିଶ କୁମାରଙ୍କ ଦଳ ଜେଡିୟୁକୁ ପୁଣି ଏକ ବଡ ଝଟକା ଲାଗିଛି। ଦଳର ବରିଷ୍ଠ ମୁସଲିମ ନେତା କାସିମ ଅନସାରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।

ସେ ତାଙ୍କ ଇସ୍ତଫାରେ ନୀତିଶ କୁମାରଙ୍କୁ ଲେଖିଛନ୍ତି ଯେ କୋଟି କୋଟି ମୁସଲମାନ ଆପଣଙ୍କୁ ଧର୍ମନିରପେକ୍ଷ ଚିନ୍ତାଧାରାର ବ୍ୟକ୍ତି ବୋଲି ଭାବୁଥିଲେ କିନ୍ତୁ ଆପଣ ସେମାନଙ୍କ ବିଶ୍ୱାସକୁ ଭାଙ୍ଗି ଦେଇଛନ୍ତି।

ବୁଧବାର ଦିନ ଜେଡିୟୁ ସାଂସଦ ରାଜୀବ ରଞ୍ଜନ ସିଂହ ଲୋକସଭାରେ କହିଛନ୍ତି ଯେ ବିରୋଧୀ ଦଳଗୁଡ଼ିକ ୱାକଫ ସଂଶୋଧନ ବିଲ୍ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଓ ଏହାଦ୍ୱାରା ଦେଶର ପରିବେଶ ନଷ୍ଟ ହେଉଛି ବୋଲି ସେ ଅଭଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ବିଲ ମୁସଲିମ ବିରୋଧି ଜଣାପଡୁଥିଲେ ମଧ୍ୟ ଏହା ମୁସଲିମ ସମ୍ପ୍ରଦାୟର ସ୍ୱାର୍ଥ ସପକ୍ଷରେ ଅଟେ। ୱାକଫ କୌଣସି ମୁସଲିମ ଅନୁଷ୍ଠାନ ନୁହେଁ ବରଂ ଏକ ଟ୍ରଷ୍ଟ ଯାହାକି ମୁସଲିମ ମାନଙ୍କର ସ୍ୱାର୍ଥ ପାଇଁ ଗଢା ହୋଇଥିଲା।

 

Comments are closed.