ଭୁବନେଶ୍ୱର: କଟକ ଜିଲ୍ଲା ବଡ଼ମ୍ବା ବ୍ଲକର କନିଷ୍ଠ ଯନ୍ତ୍ରୀ ବାଉରିବନ୍ଧୁ ପରିଡ଼ା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ତାଙ୍କ ଠାରୁ ଲାଞ୍ଚ ନେଇଥିବା ୩୦ ହଜାର ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଘରେ ଓ ଅଫିସରେ ଚଢ଼ାଉ କରିଥିଲା ।
ଚଢ଼ାଉ ବେଳେ ବଡ଼ମ୍ବା ବ୍ଲକର ଜେଇ ବାଉରିବନ୍ଧୁଙ୍କ ଘରୁ ନଗଦ ୩ ଲକ୍ଷ ଟଙ୍କା ମିଳିଥିବା ସୂଚନା ଦେଇଛି ଭିଜିଲାନ୍ସ । କଟକ ବାଲିକୁଦା ଘରୁ ୩ ଲକ୍ଷ ଟଙ୍କା ସହ ଏକ କାର ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ଠାବ କରାଯାଇଛି । ନିକଟରେ ବାଉରିବନ୍ଧୁ କିଣିଥିବା ପ୍ଲଟ୍ ଯାହାର ମୂଲ୍ୟ ୩୦ ଲକ୍ଷ ହେବ ତାର ଆରଏସଡି କାଗଜପତ୍ର ଭିଜିଲାନ୍ସ କରିଥିବା ବେଳେ ଚଢ଼ାଉ ଜାରି ରହିଛି ।
ଜଣେ ଠିକାଦାର ମନରେଗା ଯୋଜନାରେ କରିଥିବା କାମର ମଷ୍ଟର ରୋଲ୍ ପାସ୍ କରାଇବା ଲାଗି ବାଉରିବନ୍ଧୁ ଲାଞ୍ଚ ମାଗିଥିଲେ । ପୂର୍ବ ଯୋଜନା ଅନୁସାରେ, ଠିକାଦାରଙ୍କ ଠାରୁ ବାଉରିବନ୍ଧୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି ।
Comments are closed.