Latest Odisha News

BREAKING NEWS

କୋଭିଡ୍-୧୯ ଅପ୍‌ଡେଟ୍; ଗତକାଲି ଅପେକ୍ଷା ଆଜି କମିଲା ସଂକ୍ରମଣ

ନୂଆଦିଲ୍ଲୀ: ଗତକାଲି ଅପେକ୍ଷା ଆଜି କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ଦେଶରେ ୯୩୫୫ କରୋନା ରୋଗୀ ଚିହ୍ନଟ କରାଯାଇଥିବା ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଶ୍ୱସ୍ତିକର କଥା ହେଲା କରୋନା ସକ୍ରିୟ ସଂଖ୍ୟା ହ୍ରାସ ପାଉଛି। ବର୍ତ୍ତମାନ ୫୭,୪୧୦ କରୋନା ରୋଗି ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି।

ସେହିପରି ଦିନକରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବାରୁ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ୩୧,୪୨୪ରେ ପହଞ୍ଚିଛି। ନୂଆ ମୃତକଙ୍କ ମଧ୍ୟରେ କେରଳରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ପୁନଃ ଗଣନାରୁ ଜଣାପଡ଼ିଛି।

ସେହିପରି ଦୈନିକ ପଜିଟିଭ ହ୍ରାର ୪.୦୮ ପ୍ରତିଶତକୁ କୁ ହ୍ରାସ ହୋଇଥିବା ବେଳେ ସାପ୍ତାହିକ ପଜିଟିଭି ହାର ୫.୩୬ ପ୍ରତିଶତ ରହିଛି। ବର୍ତ୍ତମାନ ମୋଟ କରୋନା ସଂକ୍ରମଣ ସଂଖ୍ୟା ୪.୪୯ କୋଟି ରହିଛି। ମୋଟ ସଂକ୍ରମଣରେ ସକ୍ରିୟ ସଂଖ୍ୟା ୦.୧୩କୁ ହ୍ରାସ ହୋଇଥିବା ବେଳେ ଜାତୀୟ ସୁସ୍ଥ ହାର ୯୮.୬୯ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି।

କରୋନା ରୋଗରେ ସୁସ୍ଥ ହୋଇ ଘରକୁ ଫରିଥିବା ମୋଟ ଲୋକଙ୍କ ସଂଖ୍ୟା ୪,୪୩,୩୫,୯୭୭ ହୋଇଥିବା ବେଳେ ମୃତ୍ୟୁ ହାର ୧.୧୮ ପ୍ରତିଶତ ରହିଛି। ସେହିପରି ବର୍ତ୍ତମାନ ସୁଦ୍ଧା ୨୨୦.୬୬ କୋଟି କୋଭିଡ୍ ଡୋଜ୍ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି।

Leave A Reply

Your email address will not be published.