Latest Odisha News

BREAKING NEWS

JEE ଆଡଭାନ୍ସ ରେଜଲ୍ଟ: ୪୩, ୨୦୪ ପାସ, ଚିରାଗ ଓ କନିଷ୍କା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲେ ଜେଇଇ ଆଡଭାନ୍ସ ରେଜଲ୍ଟ । ମୋଟ୍ ୧ଲକ୍ଷ ୫୦ ହଜାର ୮୩୮ ଛାତ୍ରଛାତ୍ରୀ ଜେଇଇ ଦେଇଥିଲେ । ପେପର-୧ ଓ ପେପର-୨ରୁ ମୋଟ୍ ୪୩ ହଜାର ୨୦୪ ଜଣ ଜେଇଇ ଆଡଭାନ୍ସରେ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ଭିତର ଅଛନ୍ତି ୬ ହଜାର ୭୦୭ ଜଣ ଛାତ୍ରୀ ଓ ୩୬ ହଜାର ୪୯୭ ଛାତ୍ର ।

ଆଇଆଇଟି ବମ୍ବେ ଜୋନର ଚିରାଗ ଫାଲୋର ଜେଇଇ (ଆଡଭାନ୍ସ) ୨୦୨୦ର କମନ୍ ରାଙ୍କ ଲିଷ୍ଟ(CRL)ରେ ଟପ୍ପର ହୋଇଛନ୍ତି । ସେ ୩୯୬ରୁ ୩୫୨ ନମ୍ବର ହାସଲ କରିଛନ୍ତି । ସେହିପରି ଆଇଆଇଟି ରୁରକି ଜୋନରୁ କନିଷ୍କ ମିତ୍ତଲ ମହିଳା ଟପ୍ପର ହୋଇଛନ୍ତି । ସେ ୩୯୬ରୁ ୩୧୫ ନମ୍ବର ପାଇଛନ୍ତି । ୭୩ ରାଙ୍କ ସହ ଶିବାଶିଷ ରାଉତ ଓଡ଼ିଶାର ଟପ୍ପର ହୋଇଛନ୍ତି ।

result.jeeadv.ac.in ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି । ମେରିଟ୍ ଲିଷ୍ଟ ଆଧାରରେ ଆସନ୍ତାକାଲିଠୁ କାଉନସେଲିଂ ଆରମ୍ଭ ହେବ । ଚଳିତବର୍ଷ ରେକର୍ଡ କମ୍ ସମୟରେ ଘୋଷଣା ହୋଇଛି ଜେଇଇ ଆଡଭାନ୍ସ ରେଜଲ୍ଟ । ସେପ୍ଟେମ୍ୱର ୨୭ ତାରିଖରେ ପ୍ରବେଶିକା ଅନୁଷ୍ଠିତ ହୋଇଥିଲା । ମାତ୍ର ଆଠ ଦିନ ଭିତରେ ଫଳାଫଳ ପ୍ରକାଶ ପାଇଛି ।

Leave A Reply

Your email address will not be published.