Latest Odisha News

BREAKING NEWS

ରାଉରକେଲା ପ୍ଲାଜମା ବ୍ୟାଙ୍କରୁ ଦୁଇ ମାସରେ ସର୍ବାଧିକ ୧୦୪ ୟୁନିଟ୍ ପ୍ଲାଜମା ସଂଗ୍ରହ

ରାଉରକେଲା: କରୋନା ଚିକିତ୍ସା କାଳରେ ପ୍ଲାଜମା ଦାନକୁ ନେଇ ଉତ୍ସାହିତ କଲା ଭଳି ଖବର । ଦୁଇ ମାସ ଭିତରେ ରାଉରକେଲା ଆଇଜିଏଚ୍ ପ୍ଲାଜମା ବ୍ୟାଙ୍କରୁ ସଂଗୃହୀତ ହୋଇଛି ୧୦୪ ୟୁନିଟ୍ ପ୍ଲାଜମା । ଯାହାକି ରାଜ୍ୟରେ ସର୍ବାଧିକ । ଗତ ଜୁଲାଇ ୩୦ ତାରିଖରେ ରାଉରକେଲା ଆଇଜିଏଚରେ ରାଜ୍ୟର ତୃତୀୟ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
IGH Plama Bank
ଏଥିପାଇଁ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କୁ ଧନ୍ୟବାଦ ଜଣାଇଛି ଜିଲ୍ଲା ପ୍ରଶାସନ । ସେହିପରି ଏହି ମହତ କାର୍ଯ୍ୟରେ ଯୋଗଦାନ ବଢ଼ାଇବା ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ନେତୃତ୍ୱରେ ଦୁଇ ଜଣ ଓଏଏସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ୨ଟି ଟିମ୍ ପ୍ଳାଜ଼ମା ଦାନ କରିବାକୁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ।
CM Navven Pattnaik Inagurates IGH Plasma Bank
କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ପ୍ଲାଜାମା ଦାନ ସମ୍ପର୍କରେ ଅବଗତ କରାଉଛନ୍ତି ଅଧିକାରୀ । ଜିଲ୍ଲା କଲ୍ ସେଣ୍ଟରରୁ ମଧ୍ୟ୍ୟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ପୁନଃ ଯୋଗାଯୋଗ କରାଯାଇ ପ୍ଲାଜମା ଦାନ ପାଇଁ ଉତ୍ସାହିତ କରାଯାଉଛି । ପ୍ଲାଜମା ଦାତା ଓ ଏକ୍ଷେତ୍ରରେ କାମ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ମାନିତ ବି କରାଯାଉଛି ।

ଗୁରୁତର କରୋନା ରୋଗୀଙ୍କ ଚିକିତ୍ସାରେ ପ୍ଲାଜମା ଥେରାପୀରୁ ସଫଳତା ମିଳୁଛି । ଫଳରେ ପ୍ଲାଜମାନ ଦାନକୁ ପ୍ରୋତ୍ସାହିତ ଓ ଉତ୍ସାହିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ସରକାର । କରୋନାରେ ସୁସ୍ଥ ହୋଇଥିବା ଆକ୍ରାନ୍ତ ସ୍ୱେଚ୍ଛାକୃତ ଭାବରେ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ ।

Leave A Reply

Your email address will not be published.