Latest Odisha News

BREAKING NEWS

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ, ସାୟନ୍ତନ ଓଡିଶାରେ ଟପ୍ପର

ଭୁବନେଶ୍ୱର : ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ପରୀକ୍ଷାଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି ।

ଚଳିତ ବର୍ଷ ଏହି ପରୀକ୍ଷାରେ ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ସର୍ବଭାରତୀୟ ସ୍ତରରେ ସର୍ବାଧିକ ନଂ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓଡିଶାରେ ସାୟନ୍ତନ ଧର ଟପ୍ପର ହୋଇଛନ୍ତି ।

ସାୟନ୍ତନ ଖଡଗପୁର ଜୋନରୁ ସର୍ବଭାରତୀୟ ସ୍ତରରେ ୫୧ ର‌୍ୟାଙ୍କ୍ ରଖି ଏହି ସଫଳତା ହାସଲ କରିଛନ୍ତି ।

ମୋଟ୍ ୩୩ ହଜାର ୩୪୯ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ହଜାର ୩୫୬ ଜଣ ଛାତ୍ରୀ ରହିଛନ୍ତି ।

Leave A Reply

Your email address will not be published.