Latest Odisha News

ଏପ୍ରିଲ ୬ରୁ ଜେଇଇ ମେନ ୨ୟ ପର୍ଯ୍ୟାୟ ପରୀକ୍ଷା

ଭୁବନେଶ୍ୱର: ଏକକ ପ୍ରବେଶିକା ପରୀକ୍ଷା ବା ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା (ଜେଇଇ)ର ୨ୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୬ ତାରିଖରୁ ଆରମ୍ଭ ହେବ । ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ ଦ୍ୱାରା ପରିଚାଳିତ ଏହି ସର୍ବଭାରୀୟ ସ୍ତରର ପରୀକ୍ଷା ଏପ୍ରିଲ ୬, ୮,୧୦, ୧୧ ଏବଂ ୧୨ ତାରିଖରେ ହେବ । ୨ୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନଲାଇନରେ ପଞ୍ଜୀକରଣ କରାଯିବ । ଫେବ୍ରୁଆରୀ ୧୪ ତାରିଖରୁ ଏଥିପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଗଲାଣି । ଏହା ମାର୍ଚ୍ଚ ୧୨ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ରାତି ୧୧ଟା ୫୦ ପର୍ଯ୍ୟନ୍ତ ଅନଲାଇନରେ ଫି ଭରି ପାରିବେ । ସବିଶେଷ ତଥ୍ୟ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ଏନଟିଏର ଅଫିସିଆଲ ୱେବ ସାଇଟକୁ ଯାଇ ଜାଣି ପାରିବେ ।

ଏଥିପାଇଁ  jeemain.nta.nic.in. ରେ ଆବେଦନ ଫର୍ମ ର ଲିଙ୍କ ମିଳୁଛି । ଛାତ୍ରଛାତ୍ରୀମାନେ ଏହି ଲିଙ୍କରେ ଫର୍ମ ପୂରଣ କରି ସବମିଟ କରିବେ । ଯେଉଁମାନେ ଜେଇଇ ମେନର  ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଦେଇନାହାନ୍ତି, ସେମାନେ ୨ୟ ପର୍ଯ୍ୟାୟ ପାଇଁ ଆବେଦନ କରିପାରିବେ । ଏଥିସହିତ ଯଉଁମାନେ  ପ୍ରଥମ ପର୍ଯ୍ୟାୟ ଦେଇଛନ୍ତି ସେମାନେ ବି ଆବେଦନ କରିପାରିବେ । ତେବେ ଯେଉଁମାନେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଦେଇଛନ୍ତି ସେମାନଙ୍କୁ ଆଉ ରେଜିଷ୍ଟ୍ରେସନ ଫି ଭରିବାକୁ ପଡିବ ନାହିଁ । ସେମାନେ କେବଳ ଦରଖାସ୍ତ ଫର୍ମ ପୂରଣ କରି ଅନଲାଇନରେ ସବମିଟ କରିବେ ।

ଏଠି କହିରଖିବୁ, ଜେଇଇ ମେନ ପରୀକ୍ଷା ଦେବା ପାଇଁ ୮ ଳକ୍ଷ ୬୦ ହଜାର ୬୪ ଜଣ ପିଲା ପଞ୍ଜୀକରଣ କରିଥିଲେ । ସେଥିରୁ ୮ ଲକ୍ଷ ୨୩ ହଜାର ପିଲା ପରୀକ୍ଷା ଦେଇଥିଲେ । ଏହାର ଫଳାଫଳ ଫେବ୍ରୁଆରୀ ୭ ତାରିଖରେ ବାହାରି ସାରିଛି । ଏପ୍ରିଲରେ ୨ୟ ପର୍ଯ୍ୟାୟ ପରୀକ୍ଷା ସରିବା ପରେ ଉଭୟର ଫଳକୁ ମିଶାଇ ରାଙ୍କ ଘୋଷଣା କରାଯିବ । ଏହି ଫଳ ବାହାରିବା ପରେ ଶ୍ରେଷ୍ଠ ୨ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ଦେଇପାରିବେ । ଜେଇଇ ଆଡ ଭାନ୍ସସ ଫଳାଫଳ ବାହାରିବା ପରେ ଯୋଗ୍ୟ ପିଲାମାନେ ଦେଶର ପ୍ରମୁଖ ଆଇଆଇଟି କଲେଜରେ ପଢି ପାରିବେ ।

 

Leave A Reply

Your email address will not be published.