Latest Odisha News

ଫେବ୍ରୁଆରୀ୨୧ରୁ ବଜେଟ ଅଧିବେଶନ, ୨୦ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର :ଆସନ୍ତା ୨୧ ତାରିଖରୁଆରମ୍ଭ ହେବ  ବିଧାନସଭା ବଜେଟ ଅଧିବେଶନ । ଫେବ୍ରୁଆରୀ ୨୧ରୁ ଆରମ୍ଭହୋଇ ଏହି ଅଧିବେଶନ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦୨୩-୨୪ ପାଇଁ ବଜେଟ ଏହି ଅଧିବେଶନରେ ଉପସ୍ଥାପନ କରାଯିବ ।

ହେଲେ ତା ପୂର୍ବରୁ ଅର୍ଥାତ ଫେବ୍ରୁଆରୀ ୨୦ ତାରିଖରେ ସର୍ବଦଳୀୟ ବୈଠକ ବସିବ । ବୈଠକ ଆସନ୍ତା ସୋମବାର ସକାଳ ୧୧ଟା ୩୦ରେ ବିଧାନସଭା ସଚିବାଳୟର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସୂଚନା ଅନୁସାରେ, ବଜେଟ ଅଧିବେଶନ ସମୟରେ ଗୃହ କାର୍ଯ୍ୟ କିପରି ସୁରୁଖୁରୁରେ ଚାଲିବ, ବଜେଟ କିପରି ଠିକ ଭାବେ ଉପସ୍ଥାପନ ହେବ ଏବଂ ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ କିପରି ଗୃହରେ ସକାରାତ୍ମକ ଭାବେ ଆଲୋଚନା କରାଯିବ ସେ ନେଇ ସବୁ ଦଳର ନେତାଙ୍କ ସହ ବୈଠକରେ ଆଲୋଚନା କରାଯିବ ।

Leave A Reply

Your email address will not be published.