Latest Odisha News

BREAKING NEWS

ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍‌ । କରୋନା କଟକଣା ଭିତରେ ପରୀକ୍ଷା ହେଉଛି । ୨୬, ୨୭, ୩୧ ତାରିଖ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ ସର୍ବଭାରତୀୟସ୍ତରରେ ଏହି ପରୀକ୍ଷା ହେବ । ଦେଶରେ ମୋଟ୍ ୩୩୪ ସହରରେ ପରୀକ୍ଷା ଆୟୋଜନ ହେଉଛି । ଜେଇଇ ମେନ୍ ଦେବେ ୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଏମାନଙ୍କ ଭିତରେ ଓଡ଼ିଶାରୁ ଅଛନ୍ତି ପାଖାପାଖି ଲକ୍ଷେ ପରୀକ୍ଷାର୍ଥୀ ।

କରୋନା କଟକଣାରେ ପରୀକ୍ଷା ଆୟୋଜନ ହେଉଛି । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବେ । ହଲରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯିବ । ଛାତ୍ରଛାତ୍ରୀଙ୍କ ଆଡ଼ମିଟ କାର୍ଡ଼ରେ ପରୀକ୍ଷା ସମ୍ପର୍କିତ ବିସ୍ତୃତ ସୂଚନା ଦିଆଯାଇଛି ।

ଚଳିତବର୍ଷ ୪ଟି ପର୍ଯ୍ୟାୟରେ ଜେଇଇ ମେନ୍‌ ହେଉଛି । ଏକାଧିକ ଥର ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଯେଉଁ ପରୀକ୍ଷାରେ ଅଧିକ ନମ୍ବର ରଖିବେ ତାକୁ ଗ୍ରହଣ କରାଯିବ ବୋଲି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା ଏନ୍‌ଟିଏ କହିଛି ।

 

Leave A Reply

Your email address will not be published.