Latest Odisha News

BREAKING NEWS

ଆଜି ବସିବ ଶ୍ରୀମନ୍ଦିର ନୂଆ ପରିଚାଳନା କମିଟିର ପ୍ରଥମ ବୈଠକ

ପୁରୀ: ଆଜି ଶ୍ରୀମନ୍ଦିରର ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ବସୁଛି । ପୁରୀ ନିଳାଦ୍ରୀ ଭକ୍ତ ନିବାସଠାରେ ସକାଳ ୧୧ଟା ରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ବିଶେଷ କରି ଶ୍ରୀକ୍ଷେତ୍ର ଐତିହ୍ୟ କରିଡର, ସେବାୟତ କଲ୍ୟାଣ, ନୂତନ ସବକମିଟି ଗଠନ ଆଦି ପ୍ରସଙ୍ଗରେ ପରିଚାଳନା କମିଟି ବୈଠକରେ ବିଚାରବିମର୍ଶ ହେବ । ସେହିପରି ରଥଯାତ୍ରାର ସମୀକ୍ଷା ହୋଇପାରେ । ବୈଠକରେ ଗଜପତି ମହାରାଜଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ରହିବେ । କୋଭିଡ୍ କଟକଣାରେ ବୈଠକ ଅନୁଷ୍ଠିତ ହେବ ।

 

Leave A Reply

Your email address will not be published.