Latest Odisha News

BREAKING NEWS

ଜାନୁଆରୀରେ ହେବ ଜେଇଇ ମୁଖ୍ୟ ପରୀକ୍ଷା; ଅକ୍ଟୋବର ୧୦ରେ ସରିବ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ: ଆସନ୍ତା ୨୦୨୦ ଜେଇଇ ମୁଖ୍ୟ ପରୀକ୍ଷା ଜାନୁଆରୀ ମାସରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରୀକ୍ଷା ଲାଗି ଆବେଦନ କରିବାର ଚୂଡ଼ାନ୍ତ ଦିନ ଅକ୍ଟୋବର ୧୦ ତାରିଖ ଗୁରୁବାର ରହିଛି ।

ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏହି ପରୀକ୍ଷାକୁ ପରିଚାଳନା କରିବାକୁ ଯାଉଥିବା ବେଳେ ଏହି ପରୀକ୍ଷାର ରେଜିଷ୍ଟ୍ରେସନ ଅବଧି ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୦କୁ ବୃଦ୍ଧି କରାଯାଇଛି । ଏନଟିଏ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ ଅନଲାଇନ ମାଧ୍ୟମରେ ଆବେଦନ କରିବାର ଶେଷ ସମୟ ଅକ୍ଟୋବର ୧୦ ତାରିଖ ରାତି ୧୧ଟା ୫୦ ରହିଛି ।

ଆବେଦନ ପତ୍ର ଗୁଡ଼ିକରେ ତ୍ରୁଟି ପରଖିବା ଲାଗି ଅକ୍ଟୋବର ୧୪ ରୁ ୨୦ ରାତି ୧୧ଟା ୫୦ ପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ ହୋଇଛି ।

ସମଗ୍ର ଭାରତରେ ଥିବା ଏନଆଇଟି ଏବଂ ବିଭିନ୍ନ ବୈଷୟିକ ଅନୁଷ୍ଠାନଗୁଡ଼ିକରେ ଆଡ଼ମିଶନ ଲାଗି ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷାରେ ସାରା ଭାରତରୁ ୨.୫୦ ଲକ୍ଷ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ଆଇଆଇଟିରେ ଭର୍ତ୍ତି ହେବାକୁ ଯୋଗ୍ୟ ବିବେଚିତ ହେବେ ।

ପରୀକ୍ଷା ଦେଉଥିବା ପ୍ରାର୍ଥୀମାନଙ୍କ ଲାଗି ଜରୁରୀ ତାରିଖ:

ଅନଲାଇନ ମାଧ୍ୟମରେ ଆବେଦନର ଶେଷ ତାରିଖ: ଅକ୍ଟୋବର ୧୦
ପରୀକ୍ଷା ନିମନ୍ତେ ଯୋଗ୍ୟ ପ୍ରାର୍ଥୀଙ୍କୁ ଆଡ଼ମିଟ କାର୍ଡ଼ ପ୍ରଦାନ: ଡ଼ିସେମ୍ବର ୬
ପରୀକ୍ଷା ସମୟ: ୨୦୨୦ ଜାନୁଆରୀ ୬ରୁ ୧୧ ତାରିଖ
ପରୀକ୍ଷା ଫଳାଫଳ ଘୋଷଣା ତାରିଖ: ୨୦୨୦ ଜାନୁଆରୀ ୩୧

ବି ଆର୍କ ପରୀକ୍ଷାର ଡ୍ରଇଂ ଟେଷ୍ଟ ବ୍ୟତୀତ ଏହି ପରୀକ୍ଷା କମ୍ପ୍ୟୁଟର ମାଧ୍ୟମରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.