Latest Odisha News

BREAKING NEWS

୩୦ ଜଣ ପାଇବେ ଟାଇମପାସ ଉଦୟରାଗ ସମ୍ମାନ

ଭୁବନେଶ୍ୱର: ଓଡ଼ିଶାର ସ୍ୱନାମଧନ୍ୟ ପ୍ରକାଶନ ସଂସ୍ଥା ‘ଟାଇମପାସ’ ପକ୍ଷରୁ ତରୁଣ ଓଡ଼ିଆ ଲେଖକ ଲେଖିକାଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ହୋଇଆସୁଥିବା ‘ଉଦୟରାଗ’ ପ୍ରତିଯୋଗିତାର ଫଳାଫଳ ଘୋଷିତ ହୋଇଛି । ୩୦ ବର୍ଷ ବୟସ ସୀମା ଭିତରର ୩୦ ଜଣ ନୂଆ ଲେଖକଙ୍କୁ ସେମାନେ ପଠାଇଥିବା ଲେଖା ଭିତ୍ତିରେ ନିର୍ବାଚିତ କରାଯାଇଛି ।

୨୦୧୯ର ବିଜେତା ଭାବେ କବିତା ବିଭାଗରେ ମନୋନୀତ ହୋଇଛନ୍ତି ଅଭୀପ୍‍ସା ଜେନା, ଅର୍ପିତା ରଣା, ବିଜୟ ବାରିକ, ବିଜୟଲକ୍ଷ୍ମୀ ନାୟକ, ବିକେଶ ସାହୁ, ଡିଲେଶ୍ୱର ରଣା, ଫିରୋଜ ପଟେଲ, ହୃଷୀକେଶ ମହାରଣା, କାଜଲ ସ୍ୱାଇଁ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ପ୍ରବୀଣ କୁମାର କବି, ପ୍ରଜ୍ଞା ନିବେଦିତା ନାୟକ, ପ୍ରଜ୍ଞା ପାରମିତା ପଣ୍ଡା, ପ୍ରଶାନ୍ତ କୁମାର ଦାଶ, ରାଜେଶ ପୂଜାରୀ, ରିଙ୍କି ପଧାନ, ସରୋଜ କୁମାର ପଣ୍ଡା, ଶୋଭାକର ପ୍ରଧାନ ଏବଂ ସ୍ୱପ୍ନାଜିତା ଶଙ୍ଖୁଆ ।

ସେହିପରି ଗଳ୍ପ ବିଭାଗରେ ମନୋନୀତ ହୋଇଛନ୍ତି ଆକାଶ ସାହୁ, ବେଦପ୍ରକାଶ ନାୟକ, ପ୍ରତ୍ୟାଶା ଧଳ, ପ୍ରତ୍ୟାଶା ମହାନ୍ତି, ପ୍ରିୟଦର୍ଶୀ ବିପ୍ଳବ କୁମାର, ରଶ୍ମିରଂଜନ ସାହୁ, ସଂଜୟ କୁମାର ପଣ୍ଡା, ସାର୍ଥକ ପ୍ରଧାନ, ସ୍ତୁତିରେଖା ମିଶ୍ର, ସ୍ୱାଗତିକା ଦାଶ ଏବଂ ତ୍ରିଲୋଚନ ସାହୁ ।

ବିଜେତାମାନଙ୍କୁ ଆଗାମୀ ୨୦ ଅକ୍ଟୋବର ୨୦୧୯ରେ ଭୁବନେଶ୍ୱରଠାରେ ଟାଇମପାସ୍‍ ଦ୍ୱାରା ଆୟୋଜିତ ‘ଉତ୍‍ସାହିତ୍ୟ’ ଉତ୍ସବରେ ପ୍ରମାଣପତ୍ର ଓ ଉପଢୌକନ ପ୍ରଦାନ କରାଯିବ । ନିର୍ବାଚିତ ଲେଖକଙ୍କ ଲେଖାଗୁଡ଼ିକୁ ନେଇ ‘ଟାଇମପାସ’ ପକ୍ଷରୁ ଏକ ସଂକଳନ ମଧ୍ୟ ଖୁବ୍‍ ଶୀଘ୍ର ପ୍ରକାଶ ପାଇବ ବୋଲି ଏହାର ସଂପାଦକ ତଥା ପ୍ରକାଶକ ସରୋଜ ବଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.