Latest Odisha News

ସୌରଭ ସୋମ୍ୟକାନ୍ତ ଜେଇଇ ମେନ୍ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ଶୁକ୍ରବାର ରାତିରେ ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ । ଏଥିରେ ଓଡ଼ିଶାର ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାସ । ସେ ୯୯.୯୯ ପ୍ରତିଶତ ମାର୍କ ରଖି ୩୪ ତମ ସ୍ଥାନ ହାସଲ କରିଛନ୍ତି । ସେହିପରି ଦ୍ଵିତୀୟ ସ୍ଥାନରେ ଅଛନ୍ତି ସ୍ଥିତିପ୍ରଜ୍ଞା ସାହୁ । ୯୯.୯୮% ମାର୍କ ରଖି ସେ ଅଲ୍ ଇଣ୍ଡିଆ ରାଙ୍କରେ ୧୮୮ ତମ ସ୍ଥାନ ହାସଲ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଚଳିତ ଜେଇଇ ମେନ୍ ପରୀକ୍ଷାରେ ୨୪ ଜଣ ପରୀକ୍ଷାର୍ଥୀ ଶତପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି । ଟପ୍ପର ତାଲିକାରେ ତେଲେଙ୍ଗାନାର ସର୍ବାଧିକ ୮ ପରୀକ୍ଷାର୍ଥୀ ଅଛନ୍ତି । ଦିଲ୍ଲୀର ୫ ଜଣ, ରାଜସ୍ଥାନର ୪ଜଣ, ଆନ୍ଧ୍ରପ୍ରଦେଶର ୩ଜଣ, ହରିୟାଣାର ଦୁଇ ଜଣ ଏବଂ ଗୁଜୁରାଟ ଓ ମହରାଷ୍ଟ୍ରରୁ ଜଣେ ଲେଖାଏଁ ଅଛନ୍ତି । ଏହି ପରୀକ୍ଷାଥର୍ଥୀମାନେ ପେପର-୧ ରେ ଶତ ପ୍ରତିଶତ ନମ୍ବର ରଖିଛନ୍ତି ।

Leave A Reply

Your email address will not be published.