Latest Odisha News

BREAKING NEWS

ପୁଣିଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଶୀର୍ଷରେ ଜେଫ୍ ବେଯୋଶ୍

ନୂଆଦିଲ୍ଲୀ: ଆମାଜନ ସିଇଓ ଜେଫ୍ ବେଯୋଶ୍ ପୁଣିଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଶୀର୍ଷକୁ ଆସିଛନ୍ତି । ଟେସ୍ଲା ସିଇଓ ଏଲନ୍ ମସ୍କଙ୍କୁ ପଛରେ ପକାଇ ଦେଇଛନ୍ତି । ଟେସ୍ଲା ଇନ୍ସ ସେୟର୍ସ ଖସିଯିବାରୁ ଏଲନ୍ ମସ୍କ ପ୍ରଥମ ସ୍ଥାନରୁ ଖସି ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି । 

ବ୍ଲୁମବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ଜେସ୍ ବେଯୋଶଙ୍କ ମୋଟ ସମ୍ପତ୍ତି ୧୪.୧୦ ଲକ୍ଷ କୋଟି ଟଙ୍କା । ଚଳିତ ବର୍ଷ ଟେସ୍ଲା ସିଇଓ ଏଲନ୍ ମସ୍କଙ୍କ ସମ୍ପତ୍ତି ବୃଦ୍ଧି ପାଇ ୨୦୫୦ କୋଟି ଡଲାର୍ ହୋଇଛି । ଜେସ୍ ବେଯୋଶଙ୍କ ସମ୍ପତ୍ତି ୮୮.୪୦ କୋଟି ଡଲାର ବୃଦ୍ଧି ପାଇଥିଲା । ଗତ ୨୪ ଘଣ୍ଟାରେ ଏଲନ୍ ମସ୍କଙ୍କ ସମ୍ପତ୍ତି ୪୫୮ କୋଟି ଡଲାର ହ୍ରାସ ପାଇଛି । ସେଥିପାଇଁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ମଧ୍ୟରେ ପ୍ରଥମ ସ୍ଥାନରେ ଥିଲା ଏଲନ୍ ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି । ଜାନୁଆରୀ ୨୬ ତାରିଖ ପରେ ଟେସ୍ଲା ସେୟର୍ସ ୧୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।

ଜେଫ୍ ବେଯୋଶ୍ କିଛି ବର୍ଷ ହେଲାଣି ଲଗାତାର ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିର ମୁକୁଟ ପିନ୍ଧି ଆସୁଛନ୍ତି । କିନ୍ତୁ ୨୦୨୧ ଜାନୁଆରୀରେ ଏଲନମସ୍କ ତାଙ୍କୁ ପଛରେ ପକାଇ ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ । ଜେଫ୍ ବେଯୋଶଙ୍କ ସମ୍ପତ୍ତି ଏଲନ୍ ମସ୍କଙ୍କଠାରୁ ୯୫.୫ କୋଟି ଡଲାର ଅଧିକ ରହିଛି । ଅପରପକ୍ଷରେ ଭାରତର ମୁକେଶ ଅମ୍ବାନୀ ଦୁନିଆର ଟପ୍ ୧୦ ଧନୀ ବ୍ୟକ୍ତି ତାଲିକାରେ ନାହାନ୍ତି ।

Leave A Reply

Your email address will not be published.