Latest Odisha News

BREAKING NEWS

ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଡୁ ପ୍ଲେସିସ

ଡର୍ବାନ: ଦକ୍ଷିଣ ଆଫ୍ରିକା କ୍ରିକେଟର ଫାପ୍ ଡୁ ପ୍ଲେସିସ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏ ନେଇ ସୂଚନା ଦେଇଛନ୍ତି । ଦକ୍ଷିଣ ଆଫ୍ରିକାର ତୃତୀୟ ସଫଳ ଅଧିନାୟକ ଓ ୧୦ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଡୁ ପ୍ଳେସି ୨୦୧୨ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ୩୬ ବର୍ଷୀୟ ଏହି ଖେଳାଳି ପ୍ରଥମ ମ୍ୟାଚରେ ଶତକ ମଧ୍ୟ ହାସଲ କରିଥିଲେ ।

ଦେଶ ପକ୍ଷରୁ ସମସ୍ତ ଫର୍ମାଟରେ ଖେଳିବା ମୋ ପାଇଁ ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି ସେ କହିଛନ୍ତି । ମୁଁ ଏବେ ବି ବିଶ୍ୱାସ କରୁ ନାହିଁ ଯେ, ଦକ୍ଷିଣ ଆଫ୍ରିକା ପକ୍ଷରୁ ୬୯ ଟେଷ୍ଟ ମ୍ୟାଚ ଖେଳିଛି ଏବଂ ଅଧିନାୟକ ମଧ୍ୟ ହୋଇଛି । ଅନ୍ୟ ଫର୍ମାଟରେ ଖେଳିବେ କି ନାହିଁ ତାହା ସେ ଖୁବ୍ ଶୀଘ୍ର ସ୍ପଷ୍ଟ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.