ସିଇଓ ପଦ ଯିବା ପରେ ନୂଆ ଖୁଲାସା: ଦୁଇଟି ନୁହେଁ, ଜେନସେନ୍ ହୁଆଙ୍ଗଙ୍କର ଥିଲା ତୃତୀୟ ପ୍ରେମ ସମ୍ପର୍କ! ଆମେରିକୀୟ ଗଣମାଧ୍ୟମରେ ବଡ଼ ଦାବି
ୱାଶିଂଟନ୍: ଏନଭିଡିଆ (Nvidia) ର ପୂର୍ବତନ ସିଇଓ ଜେନସେନ୍ ହୁଆଙ୍ଗ ଚୀନ୍ ଗୁପ୍ତଚରଙ୍କ ସହ ସମ୍ପର୍କକୁ ନେଇ ଗତ କିଛିଦିନ ଧରି ବେଶ୍ ଚର୍ଚ୍ଚା ଚାଲିଛି। ଆମେରିକୀୟ ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ (Reuters) ଅନୁଯାୟୀ ଜେନସେନ୍ ହୁଆଙ୍ଗଙ୍କର ତୃତୀୟ ବିବାହ ବହିର୍ଭୂତ ପ୍ରେମ ସମ୍ପର୍କ ଥିବା ଦାବି କରାଯାଇଛି। ନଭେମ୍ବର ୧୨, ୨୦୨୬ରେ ପ୍ରକାଶିତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ କମ୍ପାନୀର ଅନ୍ୟ ଜଣେ ମହିଳା କର୍ମଚାରୀଙ୍କ ସହ ତାଙ୍କର ଅନ୍ତରଙ୍ଗ ସମ୍ପର୍କ ଥିଲା। ଏହି ଘଟଣାକୁ ବିବାଦ ଉପୁଜିବା ପରେ ପଦ ଛାଡ଼ିଲେ ଜେନସନ୍ ହୁଆଙ୍ଗ।
ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି ତଥା ଚିପ୍ ନିର୍ମାତା କମ୍ପାନି ଏନଭିଡିଆର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ବା ସିଇଓ ଜେନସନ୍ ହୁଆଙ୍ଗ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଚୀନ୍ ଗୁପ୍ତଚରଙ୍କ ସହ ସମ୍ପର୍କକୁ ନେଇ ଗତ କିଛିଦିନ ଧରି ବେଶ୍ ଚର୍ଚ୍ଚାରେ ଥିଲେ। ଶେଷରେ ଚାପ ଭିତରେ ନିଜେ ସିଇଓ ପଦରୁ ଓହରିଯାଇଛନ୍ତି। Reuters ର ରିପୋର୍ଟ ଅନୁସାରେ, ହୁଆଙ୍ଗଙ୍କର ଏନଭିଡିଆର ଜଣେ ଦ୍ୱିତୀୟ ମହିଳା କର୍ମଚାରୀଙ୍କ ସହ ସମ୍ପର୍କ ଥିଲା। ସମ୍ପୃକ୍ତ କର୍ମଚାରୀଙ୍କ ନାମ ଗୋପନ ରଖାଯାଇଛି ଏବଂ କମ୍ପାନୀ ପକ୍ଷରୁ ଏନେଇ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।
ହୁଆଙ୍ଗଙ୍କ ଇସ୍ତଫା ପରେ Nvidia ବୋର୍ଡ ପକ୍ଷରୁ ତୁରନ୍ତ ନୂତନ ନିଯୁକ୍ତି ଘୋଷଣା କରାଯାଇଛି। କମ୍ପାନୀର ଦୀର୍ଘଦିନର ମୁଖ୍ୟ ଆର୍ଥିକ ଅଧିକାରୀ (CFO) କୋଲେଟ୍ କ୍ରେସ୍ (Colette Kress) ଙ୍କୁ ଅନ୍ତରୀଣ ସିଇଓ ଭାବେ ନିଯୁକ୍ତ କରାଯାଇଛି। ବୋର୍ଡ ସଦସ୍ୟ ହାର୍ଭେ ସି. ଜୋନ୍ସ (Harvey C. Jones) ଙ୍କୁ କମ୍ପାନୀର ପ୍ରଥମ ବୋର୍ଡ ଅଧ୍ୟକ୍ଷ (Chair of the Board) ଭାବେ ଦାୟିତ୍ୱ ଦିଆଯାଇଛି। ଜଣେ ସ୍ଥାୟୀ ସିଇଓ ଖୋଜିବା ପାଇଁ କମ୍ପାନୀ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ସେ ନଭିଡିଆକୁ ଏକ ସାଧାରଣ ଭିଡିଓ ଗେମ୍ ଗ୍ରାଫିକ୍ସ ଚିପ୍ (GPU) କମ୍ପାନୀରୁ ୪ ଟ୍ରିଲିୟନ୍ ଡଲାରରୁ ଅଧିକ ମୂଲ୍ୟର ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଏଆଇ (AI) କମ୍ପାନୀରେ ପରିଣତ କରିଥିଲେ। ତାଙ୍କର ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୪୫ ବିଲିୟନ୍ ଡଲାର ବୋଲି ଆକଳନ କରାଯାଇଛି।
ଅନ୍ୟପଟେ ନଭେମ୍ବର ୮, ୨୦୨୬ରେ ହୁଆଙ୍ଗ ନିଜେ ସ୍ୱୀକାର କରିଥିଲେ ଯେ ସିଙ୍ଗାପୁର-ଭିତ୍ତିକ କମ୍ପାନୀ ମେଗାସ୍ପିଡ୍ର ପୂର୍ବତନ କାର୍ଯ୍ୟନିର୍ବାହୀ ଆଲିସ୍ ହୁଆଙ୍ଗଙ୍କ ସହ ତାଙ୍କର ସମ୍ପର୍କ ଥିଲା। ଆମେରିକୀୟ ଗୁଇନ୍ଦା ଅଧିକାରୀମାନେ ଆଲିସ୍ ହୁଆଙ୍ଗଙ୍କୁ ଚୀନ୍ର ଜଣେ ଗୁପ୍ତଚର ବୋଲି ସନ୍ଦେହ କରୁଛନ୍ତି, ଯଦିଓ ଚୀନ୍ ଏହି ଅଭିଯୋଗକୁ ଖଣ୍ଡନ କରିଛି। ନଭେମ୍ବର ୧୧, ୨୦୨୬ରେ The New York Times ରିପୋର୍ଟ କରିଥିଲା ଯେ ଏନଭିଡିଆର ହେଲଥ୍ କେୟାର୍ ବିଭାଗର ଉପାଧ୍ୟକ୍ଷା କିମ୍ବର୍ଲି ପାୱେଲ୍ଙ୍କ ସହ ମଧ୍ୟ ହୁଆଙ୍ଗଙ୍କର ପ୍ରେମ ସମ୍ପର୍କ ଥିଲା। ପାୱେଲ୍ ସିଧାସଳଖ ହୁଆଙ୍ଗଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ।
ଏକାଧିକ ବିବାହ ବହିର୍ଭୂତ ସମ୍ପର୍କ ଓ ଜାତୀୟ ସୁରକ୍ଷା ତଦନ୍ତର ଚାପ ମଧ୍ୟରେ ଜେନସେନ୍ ହୁଆଙ୍ଗ ନଭେମ୍ବର ୧୨, ୨୦୨୬ ସକାଳେ Nvidia ର ସିଇଓ ଏବଂ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ହୁଆଙ୍ଗ କେବଳ ଆଲିସ୍ ହୁଆଙ୍ଗଙ୍କ ସହ ଥିବା ସମ୍ପର୍କକୁ ସ୍ୱୀକାର କରିଛନ୍ତି ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କ ସହ ସମ୍ପର୍କ ନେଇ ଉଠିଥିବା ଅଭିଯୋଗକୁ ନିଶ୍ଚିତ କରିନାହାନ୍ତି।
ଏନଭିଡିଆକୁ ଏଆଇ କ୍ଷେତ୍ରର ସବୁଠାରୁ ଶକ୍ତିଶାଳୀ ଏବଂ ବିଶ୍ୱର ସର୍ବବୃହତ୍ କମ୍ପାନୀରେ ପରିଣତ କରିବାରେ ହୁଆଙ୍ଗଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ। ତେବେ ତାଙ୍କର ଏଭଳି ଇସ୍ତଫା ପରେ କମ୍ପାନିର ଆଗାମୀ ଭବିଷ୍ୟତ ଏବଂ ଏଆଇ ବଜାର ଉପରେ ଏହାର କି ପ୍ରଭାବ ପଡ଼ିବ, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଜଣେ ଚୀନ୍ ବ୍ୟବସାୟୀ ମହିଳାଙ୍କ ସହିତ ୬୩ ବର୍ଷୀୟ ଜେନସନ୍ ହୁଆଙ୍ଗଙ୍କ ସମ୍ପର୍କକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ମହିଳା ଜଣକ ଚୀନ୍ ସରକାରଙ୍କ ପାଇଁ ଗୁପ୍ତଚର କାମ କରୁଥିବା ଆମେରିକୀୟ ଗୁପ୍ତଚର ଓ ଅଧିକାରୀମାନେ ସନ୍ଦେହ କରୁଥିଲେ। ଯାହାପରେ ତାଙ୍କୁ ପଦରୁ ହଟାଇବାକୁ ଚାପ ବଢ଼ିଥିଲା। ଏନଭିଡିଆର ସହ-ପ୍ରତିଷ୍ଠାତା ଥିବା ଜେନସନଙ୍କ କମ୍ପାନୀରେ ପ୍ରାୟ ୩.୬୧ ପ୍ରତିଶତ ଅଂଶଧନ ରହିଛି ଏବଂ ସେ ଏହାର ଚତୁର୍ଥ ବୃହତ୍ତମ ନିବେଶକ ଅଟନ୍ତି। ଇସ୍ତଫା ପରେ କମ୍ପାନୀର ବୋର୍ଡରୁ ମଧ୍ୟ ଓହରିଯାଇଛନ୍ତି ଜେନସନ୍।
