Latest Odisha News

BREAKING NEWS

ରାଜଧାନୀରେ ଏକ ଘରୁ ୬ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ଦୁର୍ବୃତ୍ତମାନେ ୬ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଲୁଟି ନେଇଥିବା ବେଳେ ୬ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭୁବନେଶ୍ୱରରେ ଏକ ଘରୁ ଲୁଟ୍ ହୋଇଛି।

ଘଟଣା ପରେ ଭୁବନେଶ୍ୱର ୟୁନିଟ୍-୮ରେ ଥିବା ଘର ମାଲିକ ବସନ୍ତ ସେନାପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଦୁର୍ବୃତ୍ତମାନେ ପୂର୍ବ ଯୋଜନା ମୁତାବକ ଲୁଟ୍ କରିଛନ୍ତି। ସେ କହିଛନ୍ତି,ମୋ ଘର ପଛ କବାଟକୁ ସେମାନେ ଜୋର ଜବରଦସ୍ତ ଖୋଲି ଦେଇଥିଲେ ଏବଂ ଘରେ କେହି ନଥିବା ବେଳେ ଘଣ୍ଟାଏ ମଧ୍ୟରେ ମୂଲ୍ୟବାନ ଜିନିଷ ନେଇ ଯାଇଥିଲେ।

ଆମର ନିତିଦିନିଆ ରୁଟିନ୍ ଅନୁସାରେ ମୋ ସ୍ତ୍ରୀ କାମକୁ ଯିବା ପାଇଁ ପ୍ରଥମେ ୭.୩୦ରେ ଘରୁ ବାହାରିଥିଲେ। ତା’ପରେ ମୁଁ ମୋ ଝିଅକୁ ସକାଳ ପ୍ରାୟ ୮ଟାରେ ସ୍କୁଲରେ ଛାଡ଼ିବାକୁ ନେଇ ସକାଳ ୯ଟାରେ ଘରକୁ ଫେରିଲି। ମୁଁ ଦେଖିଲି ଘରର ସମ୍ମୁଖ କବାଟ ଭିତର ପଟୁ ବନ୍ଦ ରହିଛି। ତା’ପରେ ମୁଁ ପଛ କବାଟ ଯାଞ୍ଚ କରି ଦେଖିଲି ଯେ କବାଟ ଜୋରଜବରଦସ୍ତ ଖୋଲାଯାଇଛି।

ଘରକୁ ଖୋଜାଖୋଜି କରିବା ପରେ ବସନ୍ତ ଜାଣିବାକୁ ପାଇଲେ ଯେ ଷ୍ଟିଲ ଆଲମାରିର ଲକର ଖୋଲି ତା’ ଭିତରୁ ୬ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ନେଇଯାଇଛନ୍ତି।

ଗତ ୬ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ତାଙ୍କ ଘରୁ ଲୁଟ୍ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଶୁକ୍ରବାର ସକାଳେ ଲୁଟ କରିବା ସମୟରେ ଦୁର୍ବୃତ୍ତମାନେ ପାଖାପାଖି ୧୫ ହଜାର ଟଙ୍କା ନେଇ ଯାଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍ କାହାରିକୁ ଗିରଫ କରାଯାଇ ନାହିଁ।

Leave A Reply

Your email address will not be published.