Latest Odisha News

BREAKING NEWS

ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍, ଧରାପଡ଼ିଲେ ୨ ଲୁଟେରା

ଯାଜପୁର: ଦୋକାନ ବନ୍ଦ କରି ଘରୁ ଯିବା ରାସ୍ତାରେ ସୁନା ବ୍ୟବସାୟୀଙ୍କ ଉପରେ ଆକ୍ରମଣ ପରେ ଲୁଟ୍ । ବନ୍ଧୁକ ଫୁଟାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ୨୦ ହଜାର ଟଙ୍କା ଧରି ଚମ୍ପଟ ମାରିଲେ ଲୁଟେରା । ଡକାୟତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ବ୍ୟବସାୟୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ବଜାରରେ ଆଜି ରାତି ୮ଟା ବେଳେ ଏହି ଘଟଣା ଘଟିଛି ।

ଲୁଟେରାଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଲକ୍ଷ୍ମୀଗଶେଣ ସୁନା ଦୋକାନ ମାଲିକ ପ୍ରଭାକର ସାହୁ । ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୩ଟି ପଲସର ବାଇକ୍‌ରେ ୬ ଜଣ ଲୁଟେରା ଆସିଥିଲେ । ୪ ଜଣ ସୁନା ଗହଣା ଓ ଟଙ୍କା ଧରି ଚମ୍ପଟ ମାରିଥିବା ବେଳେ ଧରା ପଡିଛନ୍ତି ଦୁଇ ଜଣ । ଗୋଟିଏ ବାଇକ୍‌ ଓ ଗୋଟିଏ ବନ୍ଧୁକ ଜବତ ହୋଇଛି ।

ଦୁଇ ଲୁଟେରାଙ୍କୁ କାବୁ କରି ସ୍ଥାନୀୟ ଲୋକ ନିର୍ଧୂମ ଛେଚିଥିଲେ । ଆହତ ଅବସ୍ଥାରେ ସେମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଲୁଚେରାଙ୍କ ଆକ୍ରମଣରେ ଆହତ ପ୍ରଭାକର ସାହୁ(୩୦) ଓ ତାଙ୍କ ଭାଇ ସୁଧାକର ସାହୁ ମଙ୍ଗଳପୁର ବଜାରରେ ଥିବା ଦୋକାନ ବନ୍ଦ କରି ଯାଉଥିବା ଷାଠିବାଟି ନିକଟରେ ଲୁଟର ଶିକାର ହୋଇଥିଲେ । ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ମଙ୍ଗଳପୁର ଥାନା ପୋଲିସ ।

Leave A Reply

Your email address will not be published.