Latest Odisha News

୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ବନ୍ଧା ହେଲେ ପୋଲିସ ବାବୁ

ଭୁବନେଶ୍ୱର: ହାତ ଗୁଞ୍ଜା ନେଉଥିଲେ ପୋଲିସ ବାବୁ । ଧରିଲା ଭିଜିଲାନ୍ସ । ୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭୁବନେଶ୍ୱର ଧଉଳି ଥାନାର ଜଣେ ଏଏସଆଇ । ତାଙ୍କ ନାଁ ତୋଫାନ ଗୁରୁ । ତାଙ୍କୁ ଗିରଫ କରାଯାଇଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ।

ଜମିବାଡ଼ି ମାମଲାର ଫଇସଲା ପାଇଁ ଧଉଳି ଥାନା ଅନ୍ତର୍ଗତ ଜୟପୁର ଗାଁର ପ୍ରଶାନ୍ତ ସାହୁଙ୍କଠାରୁ ଲାଞ୍ଚ ମାଗିଥିଲେ । ଏନେଇ ପ୍ରଶାନ୍ତ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ଅନୁସାରେ ଆଜି ଧଉଳି ଥାନା ଆଗରେ ପ୍ରଶାନ୍ତଙ୍କଠାରୁ ୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡେଡ୍ ଧରିଥିଲା ଭିଜିଲାନ୍ସ ବିଭାଗ ।

ଏଏସଆଇ ତୋଫାନ ଗୁରୁଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି । ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଏହାପରେ ଭୁବନେଶ୍ୱରରେ ଥିବା ପ୍ରଶାନ୍ତଙ୍କ ସରକାରୀ କ୍ୱାର୍ଟରରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

Leave A Reply

Your email address will not be published.