Latest Odisha News

ଦୋକାନ ମାଲିକଙ୍କୁ ଆକ୍ରମଣ କରି ଲୁଟି ନେଲେ ସୁନାଗହଣା

ବ୍ରହ୍ମପୁର: ଅଳଙ୍କାର ଦୋକାନୀ ମାଲିକ ଶରତ ଚନ୍ଦ୍ର ସାହୁ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କୁ କେହି ଦୁବୃର୍ତ୍ତ ଆକ୍ରମଣ କରି ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଦୁହେଁ ବାଇକ ଯୋଗେ ଗତକାଲି ରାତି ୯ ଟାରେ ଦୋକାନରୁ ଛତ୍ରପୁର କୋର୍ଟ ରେଳ ଷ୍ଟେସନ ନିକଟ ଶାନ୍ତି ନଗରର ସାଇ ବିହାରରେ ଥିବା ଘରକୁ ଯାଉଥିବା ବେଳେ ଲୁଟର ଶୀକାର ହୋଇଥିଲେ।

ସେମାନଙ୍କ ଠାରୁ ୭୦୦ ଗ୍ରାମ, ୨୦ କିଲୋ ରୂପା ଏବଂ ୧ ଲକ୍ଷ ଟଙ୍କା ସହ ୩୦ ଗ୍ରାମର ହାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସମ୍ପୃକ୍ତ ଦୁବୃର୍ତ୍ତ ମାନେ ସେମାନଙ୍କୁ ପିଛା କରିବା ସହ ଏକ କଲଭର୍ଟ ନିକଟରେ ଶରତଙ୍କ ଉପରକୁ ଲଙ୍କା ଗୁଣ୍ଡ ପକାଇ ଥିଲେ। ଶରତ ଗାଡ଼ି ଅଟକାଇବାରୁ ସେମାନେ ତାଙ୍କ ମୁଣ୍ଡକୁ ଏକ ଲୁହା ରଡରେ ଆଘାତ କରିଥିଲେ।

ପରେ ଲକ୍ଷ୍ମୀପ୍ରିୟାଙ୍କୁ ଧମକ ଚମକ ଦେଇ ସେ ପିନ୍ଧିଥିବା ହାରକୁ ବି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଶରତଙ୍କୁ ବ୍ରହ୍ମପୁରର ଏମ.କେ.ସି.ଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Comments are closed.