Latest Odisha News

BREAKING NEWS

ବୈପାରିଗୁଡା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ

କୋରାପୁଟ : ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଜୟପୁର ସ୍ୱତନ୍ତ୍ର ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟରେ ଏହି ରାୟ ପ୍ରକାଶ ପାଇଥିଲ। ଅଭିଯୁକ୍ତକୁ ବୈପାରିଗୁଡା ଥାନା ଅନ୍ତର୍ଗତ ଦିସାରିଗୁଡାର ବୈଦନାଥ କୁମାରଙ୍କୁ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କା ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ।

ଅନ୍ୟପଟେ ଦଣ୍ଡିତ ଅଭିଯୁକ୍ତ ଆର୍ଥିକ ଜୋରିମାନାର ୨୦ ହଜାର ଟଙ୍କା ପିଡିତ ନାବାଳିକାକୁ ପ୍ରଦାନ କରିବାକୁ କୋର୍ଟ ରାୟରେ ଶୁଣାଣି କରିଛନ୍ତି । ଅର୍ଥ ଅନାଦେୟ ହେଲେ ଅଧିକା ୧୫ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଜଜ୍ ପ୍ରଦୀପ କୁମାର ସାସମଲ ଏହି ରାୟର ଶୁଣାଣି କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ବୈପାରିଗୁଡା ଅଞ୍ଚଳରେ ଜଣେ ନାବାଳିକାକୁ ୧୦.୦୬.୨୦୧୪ ରେ ଅପହରଣ କରି ଅଭିଯୁକ୍ତ ନେଇଯାଇଥିଲେ।

ନାବାଳିକାର ପରିବାର ତରଫରୁ ବୈପାରିଗୁଡା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।ଅଭିଯୋଗ ଭିତ୍ତିରେ ପୋଲିସ ମାମଲା ରୁଜୁ କରି ବୋରିଗୁମ୍ମା ଅଞ୍ଚଳରୁ ନାବାଳିକାକୁ ଉଦ୍ଧାର କରି ଅଭଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଥିଲେ।ଏହି ମାମଲାରେ ୧୨ ଜଣ ସାକ୍ଷ ପ୍ରଦାନ କରିଥିଲେ।ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି ରାୟର ଶୁଣାଣି କରିଛନ୍ତି।ମାମଲାକୁ ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ସୁଧିର ତ୍ରୀପାଠି ପରିଚାଳନା କରିଥିଲେ।

Comments are closed.