Latest Odisha News

BREAKING NEWS

ସୁନା ଚେନ୍ ଲୁଟେରା ଗ୍ୟାଙ୍କକୁ ଧରିଲା ଜୟପୁର ପୋଲିସ : ମାଷ୍ଟରମାଇଣ୍ଡ ସହ ୪ଗିରଫ

ଜୟପୁର: ସୁନା ଚେନ ଲୁଟେରା ଗ୍ୟାଙ୍କକୁ ଧରିଲା ପୋଲିସ । ୪ଟି ସୁନା ଚେନ୍ ସହ ଚୋରିରେ ବ୍ୟବହୃତ ୪ଟି ମୋବାଇଲ, ମଟର ସାଇକଲକୁ ଜୟପୁର ପୋଲିସ  ଜବତ କରିଛି  ।  ଗିରଫ ଅଭିଯୁକ୍ତ ମାନେ ହେଲେ ସୁବାଷ ହରିଜନ , ନରେନ୍ଦ୍ର ମାଛ, ଅଭି ହରିଜନ ଏବଂ ହେମନ୍ତ ନାଗ  । ମାଷ୍ଟର ମାଇଣ୍ଡ ସୁବାଷ ହରିଚନର ଘର ଜୟପୁରରେ ହୋଇଥିବାବେଳେ ଅନ୍ୟ ୩ ଅଭିଯୁକ୍ତଙ୍କ ଘର କୋରାପୁଟ ଜିଲ୍ଳା କୁନ୍ଦ୍ରା ବ୍ଲକରେ ହୋଇଥିବା ସୂଚନା ମିଳିଛି । ଚୋରି କରି ଏମାନେ ଏହି ସୁନାକୁ ବନ୍ଧକ ରଖିବା ପାଇଁ ସୁବାସଙ୍କୁ ଦେଉଥିଲେ  । ଗତ କିଛି ମାସ ଧରି ଏମାନେ ୟୁଟ୍ୟୁବରୁ ଏହି ଚୋରୀ ବିଦ୍ୟା ସିଖୁଥିଲେ ।

ରାସ୍ତାରେ ଏକାକୀ ଯାଉଥିବା ମହିଳା ମାନଙ୍କୁ ଟାର୍ଗେଟ୍ କରୁଥିଲେ । ଦୁଇଟି ଏକା ନମ୍ବର ପ୍ଲେଟ୍‌ ଥିବା ଚୋରୀ ବାଇକକୁ ନେଇ ଛିନତା‌ଇ କରିବାକୁ ଯାଉଥିଲେ । ମାଷ୍ଟର ମାଇଣ୍ଡ ସୁବାଷ ବାଇକ ଚଳାଉଥିବାବେଳେ ଅନ୍ୟ ଅଭିଯୁକ୍ତ ଅଭି ମହିଳା ମାନଙ୍କ ବେକରୁ ଅତି ଚତୁରତାର ସହ ସୁନା ଚେନ୍ ଟାଣି ଆଣୁଥିଲେ। ଏହି ସମୟରେ ଏମାନେ ମୁହଁରେ ମାସ୍କ, ହୁଡି ପିନ୍ଧି ଯାଉଥିଲେ। ଚେନ୍ ଟା‌ଣି ଆଣିବା ପରେ ଅଭିଯୁକ୍ତ ଅଭି ଅନ୍ୟ ଅଭିଯୁକ୍ତ ନରେନ୍ଦ୍ରଙ୍କ ହାତକୁ ବଢ଼ାଇ ଦେଉଥିଲା। ଗତ କିଛି ଦିନ ହେବ ଏମାନେ ନବରଙ୍ଗପୁର ଓ କୋରାପୁଟ ଜିଲ୍ଳାର ୩ଟି ଥାନାର ଅଧିକାରୀଙ୍କୁ ନାକେଦମ କରି ରଖିଥିଲେ । ତେବେ ଏଥିରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ,ସେ ନେଇ ପୋଲିସ ଛାନଭିନ୍ ଜାରି ରଖିଛି ।

Comments are closed.