Latest Odisha News

BREAKING NEWS

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଗିରଫ,ଏକ ଟନ୍ ୮ କେ.ଜି ଗଞ୍ଜେଇ ଜବତ

ଜୟପୁର : ଜୟପୁର ପୋଲିସକୁ ସଫଳତା । ଜୟପୁର ସଦର ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ବେଳେ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ଧରିଛି ପୋଲିସ। ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଦୁଇ ଜଣ ଗଞ୍ଜେଇ ସପ୍ଲାୟର ହୋଇଥିବା ବେଳେ ଜଣେ ବସ୍ ମାଲିକ ମଧ୍ୟ ଅଛନ୍ତି ବୋଲି ପୋଲିସ ସୂଚନା ଦେଇଛି । ଜବତ ଗଞ୍ଜେଇ ର ପରିମାଣ ୧ଟନ୍ ୮ କେଜି ହେବ ଯାହାର ଆନୁମାନିକ ବଜାର ମୂଲ୍ୟ ଏକ କୋଟି ଟଙ୍କା ହେବ  । ଏମାନଙ୍କ ଠାରୁ ଗୋଟିଏ ଟ୍ରକ ,ଟାଟା ଇଣ୍ଡିଗୋ କାର୍,ଗୋଟିଏ ବାଇକ୍ ଓ ୪ ଟି ମୋବାଇଲ୍ ସହ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ଜବତ କରିଛି ପୋଲିସ।

ଗତକାଲି ରାତିରେ କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରୁ ଜୟପୁର ସଦର ଆଡକୁ ଆସୁଥିଲା ଗଞ୍ଜେଇ ବୋଝେଇ ଟ୍ରକ । ବିଶେଷ ସୁତ୍ରରୁ ଖବର ପାଇ ଥାନାଅଧିକାରୀ ଆଦିତ୍ୟ ମହଙ୍କଡ ଏକ ଟମ୍ ଧରି ଜବାକନାଡି ଛକ ନିକଟରେ ଗାଡିକୁ ଯାଞ୍ଚ କରିଥିଲେ । ଗାଡି ଯାଞ୍ଚ ବେଳଶେ ଦୁଇଜଣ ସପ୍ଲାୟର୍ ସେଠାରୁ ଚମ୍ପଟ ମାରିଥିଲେ।ପୋଲିସ ଜଣଙ୍କୁ କାବୁ କରିବା ସହ ଜୟପୁର ଏସଡିପିଓ ଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରସ୍ତୁତ କରି ଚମ୍ପଟ ମାରିଥିବା ଦୁଇଜଣଙ୍କୁ ଜଲାପୁଟରୁ ଗିରଫ କରିଥିଲେ।

ଏହି ଗଞ୍ଜେଇ ସବୁ ବାହାର ରାଜ୍ୟକୁ ଚାଲଣ କରିବାକୁ ଯୋଜନା ଥିଲା।ଏହି ଯୋଜନାକୁ ପୋଲିସ ପଣ୍ଡ କରିବାରେ ସଫଳ ହୋଇଛି। ଗଞ୍ଜେଇ ଚାଲଣରେ ଆହୁରି ଅନେକ ବ୍ୟକ୍ତି ସଂପୃକ୍ତ ଅଛନ୍ତି। ସେମାନଙ୍କୁ ଅତିଶିଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ।

Comments are closed.