Latest Odisha News

BREAKING NEWS

ଝାନ୍ସି ହସ୍ପିଟାଲ ନିଆଁ: ନର୍ସ ଦିଆସିଲି….ପ୍ରତ୍ୟକ୍ଷଦର୍ଶୀ କହିଲେ ପ୍ରକୃତ ସତ

ଲକ୍ଷ୍ନୌ: ସାମ୍ନାକୁ ଆସିଲା ଝାନ୍ସି ହସ୍ପିଟାଲ ଅଗ୍ନିକାଣ୍ଡର ପ୍ରକୃତ ସତ । କେମିତି ଏତେ ବଡ ଅଘଟଣ ଘଟିଗଲା, କହିଦେଲେ ପ୍ରତ୍ୟକ୍ଷଦର୍ଶୀ । ନର୍ସଙ୍କ ଅବହେଳା ଯୋଗୁଁ, ଚାଲିଯାଇଛି ନିରୀହ ୧୦ ଶିଶୁଙ୍କ ଜୀବନ ।

ତେବେ ଉତ୍ତରପ୍ରଦେଶ ଝାନ୍ସିର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ଗତକାଲି ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଫଳରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି । ଏଥିରେ ମୃତ୍ୟୁ ସଂଖ୍ୟ ବଢିବା ନେଇ ଆଶଙ୍କା ରହିଥିବା ବେଳେ ପ୍ରକୃତରେ ଏ ଘଟଣା କିପରି ଘଟିଲା ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ରହିଥିଲା । ପ୍ରାଥମିକ ଅନୁମାନରୁ ଏହା ସର୍ଟ ସର୍କିଟ ଯୋଗୁଁ ହୋଇଥିବା ଆକଳନ କରାଯାଉଥିବା ବେଳେ ଏବେ ଏ ଘଟଣା ଉପରୁ ପରଦା ହଟାଇଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

ଏହି ଘଟଣା ଘଟିବା ସମୟରେ ହମୀରପୁରର ବାସିନ୍ଦା ଭଗବାନ୍ ଦାସ ବସୁ କିଛି ଦେଖିଥିବା ଦାବି କରିଛନ୍ତି । ସେ କହିଛନ୍ତି, ଯେହେତୁ ତାଙ୍କ ପୁଅ ସେଠାରେ ଭର୍ତ୍ତି ହୋଇଥିଲେ, ଘଟଣା ସମୟରେ ସେ ଓ୍ବାର୍ଡରେ ଉପସ୍ଥିତ ଥିଲେ । ସେଠି ଜଣେ ନର୍ସ ଏକ ଅମ୍ଳଜାନ ସିଲିଣ୍ଡରର ପାଇପକୁ ସଂଯୋଗ କରିବାକୁ ଚେଷ୍ଟା କରୁଥିବାବେଳେ ଏକ ଦିଆସିଲି କାଠି ଜାଳିଥିଲେ। ୱାର୍ଡରେ ଅମ୍ଳଜାନ ବ୍ୟାପି ଯାଇଥିବା ବେଳେ ସଙ୍ଗେସଙ୍ଗେ ନିଆଁ ଲାଗିଯାଇଥିଲା। ଅମ୍ଳଜାନ ଏକ ଜ୍ୱଳନଶୀଳ ଗ୍ୟାସ ତେଣୁ ଦେଖୁ ଦେଖୁ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା।

ଦିଆସିଲି ଜଳିବା କ୍ଷଣି ପୂରା ଓ୍ବାର୍ଡରେ ନିଆଁ ବ୍ୟାପିଯାଇଥିଲା । ଏହା ପରେ ସମସ୍ତେ ଭୟବୀତ ହୋଇ ଦୌଡାଦୌଡି ଆରମ୍ଭ କରିବା ଭିତରେ ଭଗବାନ୍ ତାଙ୍କ ଗାମୁଛା ସାହାର୍ଯ୍ୟରେ ୩ରୁ ୪ ଶିଶୁଙ୍କୁ ଗୁଡେଇ ଉଦ୍ଧାର କରିଥିଲେ  । ହେଲେ ପରେ ନିଆଁ ଏତେ ମାଡିଯାଇଥିଲା ଯେ, ଅନେକ ଶିଶୁଙ୍କୁ ଉଦ୍ଧାର କରାଯାଇପାରିଲା ନାହିଁ ।

ତେବେ ଗତକାଲି ରାତି ପ୍ରାୟ ୧୦.୩୦ ବେଳକୁ ନିଆଁ ଲାଗିଥିବା ବେଳେ ହସ୍ପିଟାଲରେ ଥିବା ୨ଟି ଶିଶୁରୋଗ ୱାର୍ଡରୁ ଗୋଟିଏ ୱାର୍ଡରେ ନିଆଁ ଲାଗିଥିଲା।  ଶିଶୁ ରୋଗ ୱାର୍ଡରେ ଥିବା ଶିଶୁଙ୍କ ପରିବାର ଲୋକଙ୍କ ଦ୍ବାରା ୩୭ ଜଣଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ଅଗ୍ନିକାଣ୍ଡ ଘଟି ଡାକ୍ତରଖାନାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା ।

Leave A Reply

Your email address will not be published.