ଝାନ୍ସୀ: ଝାନ୍ସୀର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣା । ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଘଟଣା ଦିନ ୧୦ଜଣ ଶୀଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଗତ ଦୁଇ ଦିନ ତଳେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଆଜି ସକାଳୁ ଆଉ ୩ ଜଣ ଶୀଶୁଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ବର୍ତ୍ତମାନ ସୁଦ୍ଧା ୫ ଶିଶୁଙ୍କ ଜୀବନ ଯାଇଛି । ଏବେ ବି କିଛି ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।
ସୂଚନା ଅନୁସାରେ, ଗତ ଶୁକ୍ରବାର ରାତିରେ ଉତ୍ତରପ୍ରଦେଶର ଝାନ୍ସୀ ସ୍ଥିତ ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜର ଏନଆଇସିୟୁ ଭୀଷଣ ଅଗ୍ନିକାଣ୍ଡ ହେବା ଦ୍ଵାରା ୧୦ ଜଣ ନବଜାତ ଶିଶୁଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା । ନିଆଁ ଭିତରୁ ୪୯ ଜଣ ଶିଶୁଙ୍କୁ ଉଦ୍ଧାର କରି ଅନ୍ୟତ୍ର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଥିମଧ୍ୟରୁ ୩୯ ଜଣ ଶିଶୁଙ୍କୁ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
ଗୁରୁତର ଶିଶୁ ମାନଙ୍କ ମଧ୍ୟରୁ ଗତ ମଙ୍ଗଳବାର ୨ଜଣ ଶିଶୁ ପ୍ରଣ ହରାଇଥିବା ବେଳେ ଗତକାଲି ରାତିରେ ଆଉ ୩ଜଣ ଶିଶୁ ପ୍ରାଣ ହରାଇଛନ୍ତି । ଏଯାବତ୍ ଚିକିତ୍ସାଧିନ ଅବସ୍ଥାରେ ୫ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଏବେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି । ଏବେ ୩୪ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କ ଚକିତ୍ସା ଚାଲିଛି । ତେବେ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିବା ନେଇ ଆଶଙ୍କା ରହିଛି ।