ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣା ଦିନକୁ ଦିନ ରହସ୍ୟ ଘେରକୁ ଟାଣି ହୋଇ ଯାଉଛି। ଏହି ଘଟଣାକୁ ଏହା ମଧ୍ୟରେ ଏକ ସପ୍ତାହରୁ ଅଧିକ ବିତିଯାଇଥିବା ବେଳେ ଏହା ଏବେବି ରହସ୍ୟ ଘରରେ ରହିଛି ଅନେକ ତଥ୍ୟ । ଏହି ଘଟଣାରେ ଦିନକୁ ନୂଆ ନୂଆ ଲିଙ୍କ ସାମ୍ନାକୁ ଆସୁଛି ।
ଅନ୍ୟପଟେ ଏହି ଘଟଣା ଉପରୁ ଆଜି ପୋଲିସ ପରଦା ଉଠାଇପାରେ ବୋଲି ଚର୍ଚ୍ଚା ହେଉଛି । ଆଜି ଆସୁଛି ଭିସେରା ରିପୋର୍ଟ। ଏହି ରିପୋର୍ଟ ଆସିବା ପରେ ଝାରଫୁଲ ଡେଥ ମିଷ୍ଟ୍ରି ଉପରୁ ରହସ୍ଯ ଉଠିବା ନେଇ ଆଶା କରାଯାଉଛି ।
ଏହି ରିପୋର୍ଟ ଆସିବା ପରେ ଖୋଲିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ। ଏହା ଏକ ଅପମୃତ୍ୟୁ କି ଯୋଜନାବଦ୍ଧ ହତ୍ୟା ତାହା ସ୍ପଷ୍ଟ ହୋଇଯିବ। ଜାନୁଆରୀ ୨୬ ତାରିଖରେ ଝରାଫୁଲ ସହ ଘଟିଥିବା ସମସ୍ତ ଘଟଣା ଆଜି ଗଣମାଧ୍ୟମ ସମ୍ମୁଖରେ ପୋଲିସ ସ୍ପଷ୍ଟ କରିପାରେ।
ଅନ୍ୟପଟେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶକୁ ୩ଦିନର ରିମାଣ୍ଡ ଆଣି ପଚରାଉଚରା କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କୁଆଖିଆ ପୋଲିସ। ରାକେଶର ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ତାକୁ ଯାଜପୁର ଉପ-କାରାଗାରରେ ରଖାଯାଇଛି।
ଏହି ଘଟଣାରେ ସଂଶ୍ଲିଷ୍ଟ ସ୍କୁଟର, ମୋବାଇଲ ଓ ରାକେଶ ପିନ୍ଧିଥିବା ପ୍ଯାଣ୍ଟ ସାର୍ଟ ପୋଲିସ ଜବତ କରିଥିବା ବେଳେ ଝରାଫୁଲଙ୍କ ମୃତଦେହକୁ ବୋହିନେବାରେ ରାକେଶକୁ ସହାୟତା କରିଥିବା ସହଯୋଗୀ ଶେଖରର ପତ୍ତା ମିଳିନି । ଝରାଫୁଲଙ୍କ ମୋବାଇଲକୁ ବି ଧରିବାରେ ସକ୍ଷମ ହୋଇପାରିନି ପୋଲିସ ।
Comments are closed.