Latest Odisha News

BREAKING NEWS

ପ୍ରତିଦିନ ଖାଆନ୍ତୁ ଏହି ୫ ଟି ଜିନିଷ; ସୁସ୍ଥ ରହିବ ଆପଣଙ୍କ ଲିଭର !

ଭୁବନେଶ୍ୱର: ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଜି ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ସ୍ୱାସ୍ଥ୍ୟକୁ ପ୍ରାୟ ଲୋକ ଅଣଦେଖା କରୁଛନ୍ତି । ମାତ୍ର ଆଜି ସାମାନ୍ୟ ଲାଗୁଥିବା ଛୋଟ ଛୋଟ ଜିନିଷ ହିଁ ଆଗାମୀ ଦିନରେ ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ ସୃଷ୍ଟି କରିପାରେ।

ଆଜିର ସମୟରେ ଲିଭର ସମସ୍ୟ ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକୁଛୁ। ତେବେ ଶରୀରକୁ ସୁସ୍ଥ ରଖିବା କ୍ଷେତ୍ରରେ ଲିଭରର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ରହିଛି । ଶରୀରକୁ ବିଶୋଧନ କରିବା କାର୍ଯ୍ୟରେ ଏହା ଅହରହ ଲାଗିରହିଥାଏ । ମାନସିକ ଅବସାଦ ଓ ମାତ୍ରାଧିକ ନିଶା ସେବନ କାରଣରୁ ଲିଭର ଉପରେ ଅହେତୁକ ଚାପ ପଡିଥାଏ । ଆଖି, ହାର୍ଟ, କିଡନି, ବ୍ରେନ୍ ଏବଂ ଜଏଣ୍ଟର କାର୍ଯ୍ୟକ୍ଷମତା ସୁସ୍ଥ ଲିଭର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ।

ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଖାଦ୍ୟ ସମ୍ପର୍କରେ କହିବୁ ଯାହା ଆପଣଙ୍କ ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ।

ହଳଦୀ: ଲିଭରର କାର୍ଯ୍ୟକାରିତା ବଢାଇବା ପାଇଁ ହଳଦୀ ଏକ ଅମୋଘ ଅସ୍ତ୍ର ଭାବେ ସାବ୍ୟସ୍ତ ହୋଇପାରିବ । ମୃତ ପ୍ରାୟ ଲିଭର କୋଷଗୁଡିକୁ ପୁନର୍ଜୀବନ ପ୍ରଦାନ କରିବା ସହ ଏହାକୁ ଜୀବାଣୁ ସଂକ୍ରମଣରୁ ରକ୍ଷା କରିଥାଏ ହଳଦୀ । ଆଣଣ୍ଠୁଗଣ୍ଠିଜନିତ ଯନ୍ତ୍ରଣା ମଧ୍ୟ ଅଚିରେ ଭଲ ହୋଇଥାଏ ଏହାକୁ ନିତିଦିନ ସେବନ କଲେ ।

ରସୁଣ: ଲିଭର ଏନଜାଇମ୍ ଗୁଡିକୁ ସକ୍ରିୟ କରିବାରେ ସହାୟକ ହୋଇଥାଏ ରସୁଣ । ପିଆଜରେ ନିହିତ ଥିବା ଆଲିସିନ୍ ଏବଂ ସେଲେନିୟମ୍ ପୋଷକତତ୍ତ୍ୱ ଲିଭରକୁ ଜୀବାଣୁ ସଂକ୍ରମଣରୁ ରକ୍ଷା କରେ ।

ଗ୍ରୀନ ଟି: ଲିଭରକୁ ସୁସ୍ଥ ରଖିବା ସହ ଫ୍ୟାଟ ଜମିବାକୁ ଦିଏ ନାହିଁ । ବିଭିନ୍ନ ପ୍ରକାରର ଶାଗ ନିତିଦିନିଆ ଖାଦ୍ୟ ତାଲିକାରେ ସାମିଲ କଲେ ଦେହରୁ ଉତ୍ତମରୂପେ ମଇଳା ନିଷ୍କାସନ ହୋଇଥାଏ ।

ଅଙ୍ଗୁର: ଅଙ୍ଗୁରରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଏହା ମଧ୍ୟ ଲିଭର ଏନ୍ ଜାଇମ୍ ପ୍ରସ୍ତୁତିରେ ସାହାଯ୍ୟ କରେ । ଏଥିରେ ଥିବା ଫ୍ଲା ବୋନୋଏଡ୍ ପୋଷକତତ୍ତ୍ୱ ଚର୍ବି କମାଇବାରେ ସହାୟକ ହୋଇଥାଏ ।

Leave A Reply

Your email address will not be published.