Latest Odisha News

BREAKING NEWS

ଝରାଫୁଲ ମୃତ୍ୟୁ ମାମଲା, ଜେଲ୍ ଗଲା ରାକେଶ

ଭୁବନେଶ୍ୱର : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଖୋଲିବ ରହସ୍ୟ । ୩ ଦିନିଆ ରିମାଣ୍ଡ ସରିବା ପରେ ଅଭିଯୁକ୍ତ ରାକେଶକୁ ଜେଲକୁ ପଠାଇ ଦିଆଯାଇଛି । ରିମାଣ୍ଡ ସରିବା ପରେ ରାକେଶକୁ କୋର୍ଟରେ ହାଜର କରିଥିଲା ପୋଲିସ । ରିମାଣ୍ଡ ଅବଧି ସମୟରେ ରାକେଶ ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ପୋଲିସ ।

ଅଭିଯୁକ୍ତ ରାକେଶର ମୋବାଇଲ ଫୋନ ଜବତ କରିଛି ପୋଲିସ । ପୋଲିସର ପଚରାଉଚରା ବେଳେ, ରାକେଶ ଆହୁରି କିଛି ତଥ୍ୟ ଲୁଚାଉଥିବା ସନ୍ଦେହ କରୁଛି ପୋଲିସ । ଏଥିପାଇଁ ତାର ଲାଏ ଡିଟେକସନ୍‌ ଟେଷ୍ଟ କରାଯାଇପାରେ ।

ଝରାଫୁଲଙ୍କ ମୃତ୍ୟୁ ଘଟଣାକୁ ଏହାରି ଭିତରେ ୯ ଦିନ ବିତି ସାରିଲାଣି । ହେଲେ ଏପର୍ଯ୍ୟନ୍ତ ଘଟଣାର ମୂଳରେ ପହଞ୍ଚି ପାରିନାହିଁ ପୋଲିସ । ଏପଟେ ରାକେଶର ସହଯୋଗୀ ଶକ୍ତି ଶେଖର ସ୍ୱାଇଁ ଓରଫ ଶେଖରକୁ ଧରିବାରେ ପୋଲିସ ବିଫଳ ହୋଇଛି । ଝରାଫୁଲଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ସାରିଥିବା ବେଳେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ମାମଲାରେ ଆସନ୍ତା ୧୨ ତାରିଖ ଯାଏଁ ଜେଲରେ ରହିବ ରାକେଶ ।

Leave A Reply

Your email address will not be published.