Latest Odisha News

BREAKING NEWS

ଝରିଗାଁ ଓ ଚିତ୍ରକୋଣ୍ଡା ବିଡ଼ିଓ ନିଲମ୍ବିତ

ନବରଙ୍ଗପୁର/ମାଲକାନଗିରି: ସ୍ୱଚ୍ଛ ଭାରତ ମିଶନ ପାଇଖାନା ଟଙ୍କା ହଡ଼ପ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ । ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ ଦୁଇ ଶହରୁ ଅଧିକ ହିତାଧିକାରୀ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଏହାର କାର‌୍ୟ୍ୟାନୁଷ୍ଠାନ କରାଯାଇ ବିଡିଓଙ୍କୁ ନିଲମ୍ବନ କରାଯାଇଛି ।

ସେହିପରି ଚିତ୍ରକୋଣ୍ଡା ବିଡିଓ ମଧ୍ୟ ନିଲମ୍ବିତ ହୋଇଛନ୍ତି । ସ୍ୱାଭିମାନ ଅଂଚଳରେ ପାଇଖାନା ନିର୍ମାଣ କାମରେ ମହାଦୁର୍ନିତୀ ହୋଇଥିବା ଅଭିଯୋଗରେ ବିଡିଓ ଲରିମନ୍ ଖର୍ସେଲଙ୍କୁ ନିଲମ୍ବନ କରାଯାଇଛି । ହଜାର ଚିତ୍ରକୋଣ୍ଡା ଅଂଚଳରେ ହଜାର ହଜାର ପାଇଖାନା କେବଳ କାଗଜ କଲମରେ ହୋଇଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଏହି ଟଙ୍କା ସବୁ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.