Latest Odisha News

BREAKING NEWS

ଝାଡଖଣ୍ଡ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ: କଡ଼ା ସୁରକ୍ଷା ମଧ୍ୟରେ ୧୬ ଆସନ ଲାଗି ମତଦାନ ଜାରି

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ୫ମ ତଥା ଅନ୍ତିମ ପର୍ଯ୍ୟାୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି।

ଏହି ୫ମ ପର୍ଯ୍ୟାୟରେ ୧ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଏହି ନିର୍ବାଚନରେ ୧୬ଟି ବିଧାନସଭା ଆସନ ପାଇଁ ପ୍ରାୟ ୨୩୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଆଜି ଯେଉଁସବୁ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି ସେଥିମଧ୍ୟରେ ରହିଛି- ରାଜମହଲ, ବୋରିଓ, ବରହିଟ୍, ଲିଟିପରା, ପାକୁର, ମହେଶପୁର, ଶୀକାରିପରା, ଡୁମକା, ଜମା, ଜରମୁଣ୍ଡି, ନଳା, ଜାମାତ୍ରା, ସାରଥ, ପୋରୟାହାଟ୍, ଗୋଡ୍ଡା ଓ ମହାଗାମା ଆଦି ନିର୍ବାଚନମଣ୍ଡଳୀ ।

ଏହାବ୍ୟତିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ ଚୌବେ କହିଛନ୍ତି, “ଆଜି ହେଉଥିବା ୧୬ଟି ଆସନ ଲାଗି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏପରିକି ନକ୍ସଲ ପ୍ରଭାବିତ ମତଦାନ କେନ୍ଦ୍ର ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି” ।

ତେବେ ଉକ୍ତ ଅଞ୍ଚଳ ଗୁଡିକରେ ସୁରକ୍ଷା ଦୃଷ୍ଟିକୋଣରୁ ଯବାନ ଓ ଅର୍ଦ୍ଧ ସାମରିକ ଦଳ ନିୟୋଜିତ ହୋଇଛନ୍ତି । ଏହାବ୍ୟତିତ ମାଓବାଦୀଙ୍କ ଗତିବିଧି ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଝାଡଖଣ୍ଡରେ ନଭେମ୍ବର ୩୦ରୁ ଡ଼ିସେମ୍ବର ୨୦ ତାରିଖ ପର‌୍ୟ୍ୟନ୍ତ ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.