ତେଜିଲା ସିଏଏ ନିଆଁ; ଦେଶବ୍ୟାପୀ ବଢୁଛି ଜନଅସନ୍ତୋଷ, ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍ ନିକଟ ଅତୀତରେ ଆଇନରେ ପରିଣତ ହୋଇଥିବା ବେଳେ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି । ଯାହାଫଳରେ ଦେଶବ୍ୟାପୀ ବିକ୍ଷୋଭ ଓ ଉତ୍ତେଜନା ଦେଖାଦେଇଛି ।
ଏହି ସିଏଏ ବିଧେୟକକୁ ନେଇ ଚାରିଆଡେ ହିଂସା ଭଳି ପରିସ୍ଥିତି ଦେଖାଯାଉଥିବା ବେଳେ ଦିଲ୍ଲୀରେ ସ୍ଥିତି ନିୟନ୍ତ୍ରଣାଧୀନ କରିବା ଲାଗି ଓ ଉତ୍ତରପ୍ରଦେଶରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି । ଏଥିସହିତ ଗାଜିଆବାଦ, ଲକ୍ଷେ୍ନø, ମୁଜାଫରନଗର, ବରେଲି ଓ ଆଜମଗଡ ସମେତ କିଛି ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି ।
ଏପରିକି ହିଂସା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ସ୍ଥାନରେ ଟ୍ରେନସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିବା ନଜରକୁ ଆସିଛି ।
ବିକ୍ଷୋଭକାରୀଙ୍କୁ ସମର୍ଥନ ଏବଂ ଏହି ଆଇନକୁ ବିରୋଧ କରି ବଲିଉଡର ଜଣାଶୁଣା କଳାକାର ମଧ୍ୟ ସ୍ୱର ଉଠାଇଛନ୍ତି । ନିର୍ଦ୍ଦେଶକ କବୀର ଖାନ୍, ମିନି ମାଧୁରୀ. ନୀରଜ ଧାୟବାନ, ନିଖିଳ ଆଡୱାନୀଙ୍କ ଠାରୁ ଆରମ୍ଭ କରି ମହେଶ ଭଟ୍ଟ, ସ୍ୱରା ଭାସ୍କର ଓ ସୁଶାନ୍ତ ସିଂହ, ଅନରାଗ କଶ୍ୟପ ରହିଛନ୍ତି ।
ସୂଚନାଯୋଗ୍ୟ, ଶରଣାର୍ଥୀଙ୍କୁ ଭାରତର ନାଗରିକତା ମିଳିଲେ ଉତ୍ତରପୂର୍ବ ରାଜ୍ୟର ଲୋକମାନେ ସେମାନଙ୍କର ଜୀବିକା ହରାଇବେ ବୋଲି ଆଶାଙ୍କା କରାଯାଉଛି । କାରଣ ବର୍ତ୍ତମାନ ସମୟରେ ଏହି ରାଜ୍ୟଗୁଡିକରେ ଅଧିକାଂଶ ଶରଣାର୍ଥୀ ରହୁଛନ୍ତି । ପୂର୍ବରୁ ୧୯୫୧ରୁ ୧୯୭୧ ମସିହା ଯାଏଁ ଆସାମବାସୀ ଶରଣାର୍ଥୀଙ୍କ ବୋଝ ସମ୍ଭାଳିଥିଲେ ଯୁକ୍ତି ବାଢିଛନ୍ତି ।
ଜାଣନ୍ତୁ, କ’ଣ ଏହି ନାଗରିକ ସଂଶୋଧନ ବିଲ୍
ଏହି ବିଲ୍ ଅନୁଯାୟୀ ୨୦୧୪ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ଭାରତକୁ ଶରଣାର୍ଥୀ ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ହିନ୍ଦୁ, ଶିଖ, ପାର୍ସୀ, ଜୈନ ଓ ବୌଦ୍ଧ ଧର୍ମାବଲମ୍ବୀ ଲୋକଙ୍କୁ ଭାରତ ସରକାର ନାଗରରିକତା ପ୍ରଦାନ କରିବେ ।
Comments are closed.