Latest Odisha News

ଝାଡ଼ଖଣ୍ଡରେ ୫୬  ଆସନ ପାଇଁ ମୋହର ମାରିଲା ବିଜେପି!

ରାଞ୍ଚୀ : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖକୁ ନେଇ ବହୁତ ଦିନରୁ ଚାଲୁଥିବା ସସପେନ୍ସ ଦୂର ହୋଇଛି । ତାରିଖ ଘୋଷଣା ପରେ ବିଜେପି କେନ୍ଦ୍ରୀୟ ଟିମ୍ ପାଖାପାଖି ୫୫-୫୬ ସିଟ ପାଇଁ ପ୍ରାର୍ଥୀମାନଙ୍କ ନାମରେ ମୋହର ମାରିଛି।  ଦଳ ଆଗାମୀ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିପାରେ।

 

ସୂତ୍ର ଅନୁସାରେ, ବିଜେପି ଝାଡଖଣ୍ଡରେ ଏନଡିଏ ମେଣ୍ଟରେ ଥିବା ଅଲ ଝାଡ଼ଖଣ୍ଡ  ଷ୍ଟୁଡେଣ୍ଟସ୍ ଯୁନିଅନ (ଏଜେଏସୟୁ ) କୁ ୯-୧୦ ସିଟ ଦେବାକୁ ଚାହୁଁଥିବା ବେଳେ ଏଜେଏସୟୁ  ଅତି କମରେ ୧୧ ସିଟ ଚାହୁଁଛି। ସେହିପରି ଦଳ ଜେଡ଼ିୟୁକୁ ୨ଟି ସିଟ ଅଫର କରିବାକୁ ଚାହୁଁଥିବା ବେଳେ ଜେଡ଼ିୟୁ ୩ ଟି ସିଟ ଆଶାରେ ରହିଛି। ଅନ୍ୟ ପକ୍ଷରେ ଏଲଜେପି (ରାମବିଳାଶ)କୁ ଗୋଟିଏ ସିଟ ମିଳିଛି। ହେଲେ ଚିରାଗ ପାଶୱାନ ୨ ଟି ସିଟ ଚାହୁଁଛନ୍ତି। ବିଜେପି ମେଣ୍ଟରେ ଥିବା ସହଯୋଗୀ ଦଳମାନଙ୍କ ସହିତ ସିଟ ସେୟାରିଂ ସରିବା ପରେ ଅନ୍ୟ ଆସନଗୁଡିକ ପାଇଁ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯିବ।

Leave A Reply

Your email address will not be published.