Latest Odisha News

କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଲେ ହେମନ୍ତ ସୋରେନ, ଏହି ବିଷୟରେ ହେଲା ଆଲୋଚନା

ନୂଆଦିଲ୍ଲୀ: ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି । ଗୋଟିଏ ପଟେ ଚମ୍ପଇ ସୋରେନ ଜେଏମଏମ ଛାଡି ବିଜେପିକୁ ସମର୍ଥନ କରୁଥିବାବେଳେ ବର୍ତ୍ତମାନ ହେମନ୍ତ ସୋରେନ ମଧ୍ୟ ଆଗକୁ ବଢିଛନ୍ତି । ଏନେଇ ଆଜି ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।

ଦିଲ୍ଲୀରେ ମଲ୍ଲିକାର୍ଜୁନ ଖାଡଗେଙ୍କ ବାସଭବନରେ ଏହି ସାକ୍ଷାତକାର ହୋଇଥିଲା । ଏହି ସମୟରେ ସୋରେନଙ୍କ ସହ ତାଙ୍କ ପତ୍ନୀ କଳ୍ପନା ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ମଧ୍ୟ ଉପସ୍ଥିତ ଥିଲେ । ହେମନ୍ତ ସୋରେନ ଏହି ସଭାକୁ ଏକ ସୌଜନ୍ୟ ମୂଳକ ସାକ୍ଷାତକାର ବୋଲି କହିଛନ୍ତି ।

ସେନେଇ ହେମନ୍ତ ସାକ୍ଷାତକାର ସମୟର କିଛି ଫଟୋ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି । ସେ ପୋଷ୍ଟରେ ଲେଖିଛନ୍ତି ଯେ, ଆଜି ନୂଆଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ଜୀଙ୍କୁ ଭେଟିଲୁ । ଆମେ ସାମାଜିକ ନ୍ୟାୟ ଏବଂ ଝାଡଖଣ୍ଡରେ ସମାଜର ସମସ୍ତ ବର୍ଗର ଅର୍ଥନୈତିକ ଉନ୍ନତି ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ଅଛୁ ।

ଏହି ବୈଠକରେ ତିନି ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ବୋଲି କୁହାଯାଉଛି । ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ବୋଲି ମଧ୍ୟ କୁହାଯାଉଛି କାରଣ ଆଗକୁ ଖୁବଶିଘ୍ର ଝାଡଖଣ୍ଡ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।

Comments are closed.