Latest Odisha News

ଇଡି ଅଫିସରୁ ନଅ ଘଣ୍ଟାର ଜେରା ପରେ ବାହାରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ରାଞ୍ଚି: ବେଆଇନ ଖଣି ଦୁର୍ନୀତି ମାମଲାରେ ନଅ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅବୈଧ ଖଣି ଖନନ ମାମଲାରେ ତାଙ୍କୁ ଜେରା ନେଇ ଅନେକବାର ନୋଟିସ ପରେ ସେ ଜେରାପାଇଁ ରାଜି ହୋଇଥିଲେ । ଏହି ମାମଲାରେ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଥିଲା । ଇଡିରେ ହାଜର ହେବା ପୂର୍ବରୁ ସୋରେନ କହିଥିଲେ ତାଙ୍କୁ ମିଛ  ମାମଲାରେ  ଫସାଯାଉଛି ।

ଅଫିସ ବାହାରେ ଶତାଧିକ ସମର୍ଥକ ତାଙ୍କୁ ଅପେକ୍ଷା କରି ରହିଥିଲେ ।  ରାଞ୍ଚିରେ ଜେଏମଏମ ନେତା ଓ ସମର୍ଥକମାନେ ଏକାଠି ହୋଇ ସୋରେନଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ । ଇଡି ସମନ କରିବା ପରେ ଗତକାଲିଠାରୁ ଶାସକ ଏବଂ ବିରୋଧୀ ଦଳଙ୍କ ମଧ୍ୟ ପରସ୍ପର ବିରୋଧରେ ବୟାଜ ବାଜି ଜାରି ରହିଛି ।  ବେଆଇନ ଖଣି ଖନନ, ମନି ଲଣ୍ଡରିଂ ମାମଲାରେ ପୂର୍ବରୁ ଇଡି ଏକାଧିକ ଗିରଫଦାରୀ କରିସାରିଛି । ତେଣୁ ହେମନ୍ତଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ଦୁଇମାସ ହେଲା ଆଲୋଚନା ହେଉଛି ।

Leave A Reply

Your email address will not be published.