Latest Odisha News

୧୦୮କୁ ୧୦ ମାସରେ ୫ ଲକ୍ଷ ଫେକ୍ କଲ୍, ପ୍ରକୃତ ବ୍ୟକ୍ତି ପାଇ ପାରୁନାହାନ୍ତି ସେବା

ଭୁବନେଶ୍ୱର: ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୧୦୮ ହେଉଛି ଏକ ମାଗଣା ଟେଲିଫୋନ୍ ନମ୍ବର। ବର୍ତ୍ତମାନ ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୮ ସେବା କାମ କରୁଛି। ହେଲେ ଏହି ଜରୁରୀକାଳୀନ ସେବା ପ୍ରଦାନ କରିବାରେ ଏବେ ଅନେକ ସମସ୍ୟା ଉପୁଜିଛି।

BjdElectrycity

ଏକ ରିପୋର୍ଟ ଅନୁସାରେ ୧୦ ମାସରେ ୫ ଲକ୍ଷ ଫେକ୍ କଲ୍ ଆସୁଛି। ଜାନୁଆରୀ ମାସରୁ ଅକ୍ଟୋବର ମାସରେ ଏହି କଲ୍ ଆସିଛି। ଏହି ଟୋଲ ଫ୍ରି ୧୦୮ ଓ ୧୦୪ ନମ୍ବରରେ ଦିନକୁ ୧୦ ହଜାର କଲ ଆସିଥାଏ। ଯେଉଁଥିରୁ ୭୦୦ କଲ ଫେକ୍ ବୋଲି ସୂଚନା ରହିଛି। ଯାହା ଏହି କଲ ସେଣ୍ଟରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଗୋଟିଏ ବଡ ସମସ୍ୟା ପାଲଟିଛି। ସେହିପରି ଫେକ୍ କଲ ପାଇଁ ଆବଶ୍ୟକ କରୁଥିବା ରୋଗୀ ଠିକ୍ ଭାବେ ଆମ୍ବୁଲାନ୍ସ ପାଇପାରୁ ନଥିବା ସୂଚନା ରହିଛି। ଏହାବାଦ ଅନେକ ଅସାମାଜିକ ବ୍ୟକ୍ତି ଫୋନ୍ କରି ମହିଳା କର୍ମଚାରୀଙ୍କ ସହ ଅଭଦ୍ରଭାଷାରେ କଥାବାର୍ତ୍ତା କରୁଥିବା ସୂଚନା ରହିଛି।

ମହିଳା ଟେଲି କଲରଙ୍କ କହିବାନୁସାରେ, ଅନେକ ବ୍ୟକ୍ତି ଫୋନ୍ କରି ଅଭଦ୍ର ଭାଷାରେ କଥାବାର୍ତ୍ତା କରି ସମୟ ବରବାଦ କରୁଛନ୍ତି। ସେହିପରି ଆଉ କେହି ନିଜ ପରିବାର କଥା କହିବାକୁ ଯାଇ ଫୋନ୍ କରୁଛନ୍ତି ତ ଆଉ କେହି ମୋ ବସ୍ ସେବା ବାବଦରେ ଜାଣିବାକୁ ୧୦୮ ଓ ୧୦୪ ଟୋଲ ଫ୍ରି ନମ୍ବରକୁ କଲ୍ କରୁଛନ୍ତି।

ସେହିପରି ଜଣେ ଆମ୍ବୁଲାନ୍ସ  ଡ୍ରାଇଭର କହିଛନ୍ତି, ଫୋନ୍ କରି ଆମ୍ବୁଲାନ୍ସ ସେବା ମାଗୁଛନ୍ତି। ହେଲେ ଫୋନରେ ସଠିକ ଠିକଣା ଦେଉନଥିବାରୁ ରାସ୍ତାରେ ଅନେକ ହଇରାଣ ହେବାକୁ ପଡୁଛି। ଏମିତିକି ରାସ୍ତା ମଝିରେ ପହଞ୍ଚିବା ପରେ ଫୋନ୍ ସୁଇଚ୍ ଅଫ୍ କରିଦେଉଛନ୍ତି ନହେଲେ ଆଉ କେଉଁ ରାସ୍ତା ବାବଦରେ କହୁଛନ୍ତି।

୧୦୮ କଲ ସେଣ୍ଟରର ପ୍ରକଳ୍ପ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, ଏ ନେଇ ପୋଲିସରେ ଅଭିଯୋଗ କରିବା ସତ୍ତ୍ୱେ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଉନାହିଁ। ତେଣୁ ଅସାମାଜିକ ଲୋକମାନେ ଏ ନେଇ ବାରମ୍ବାର ଫୋନ୍ କରୁଛନ୍ତି। ଯଦି ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତା ଏବଂ ଏହା ଗଣମାଧ୍ୟମରେ ପ୍ରକାଶ ପାଆନ୍ତା ତାହେଲେ ହୁଏତ ଫେକ୍ କଲ୍ ଆସିବା ବନ୍ଦ ହୋଇପାରନ୍ତା।

ସୂଚନାଯୋଗ୍ୟ, ଗତ ନଭେମ୍ବର ୧୦ ତାରିଖରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହେବାର ୯ ବର୍ଷ ପୂରଣ ହୋଇଛି। ରାଜ୍ୟରେ ଏବେ ୧୧୨୪ଟି ଆମ୍ବୁଲାନ୍ସ ଚଳାଚଳ କରୁଛି।

Leave A Reply

Your email address will not be published.