Latest Odisha News

BREAKING NEWS

ଝାଡଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ପରଲୋକ

ରାଞ୍ଚି: ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀ ଜଗରନାଥ ମହୋତଙ୍କର ପରଲୋକ ହୋଇଛି। ଚେନ୍ନାଇର ଅପୋଲୋ ହସ୍‌ପିଟାଲ୍‌ରେ ତାଙ୍କର ଫୁସ୍‌ଫୁସ୍‌ ପ୍ରତିରୋପଣ ଅସ୍ତ୍ରୋପଚାର ଜନିତ ଚିକିତ୍ସା ଚାଲୁଥିଲା। ମାର୍ଚ୍ଚ ୧୪ ତାରିଖରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଗୁରୁବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଫୁସ୍‌ଫୁସ୍ ପ୍ରତିରୋପ ପରେ ସେ କୋଭିଡ୍‌ରେ ସଂକ୍ରମଣ ହୋଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଏଥିପାଇଁ ଆପୋଲୋ ହସ୍‌ପିଟାଲ୍‌ ରଖାଯାଇ ତାଙ୍କର ଚିକିତ୍ସା କରାଯାଉଥିଲା।

ସୂଚନା ଅନୁସାରେ, ଝାଡ଼ଖଣ୍ଡରେ ବଜେଟ୍ ଚାଲିଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଜଗରନାଥ ମହତୋ। ଏହାପରେ ତାଙ୍କୁ ତୁରନ୍ତ ବିଧାନସଭାରୁ ନିକଟସ୍ଥ ପାରସ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପୁଣି ସେଠାରୁ ଏକ ଚାର୍ଟର ଏୟାର ଆମ୍ବୁଲାନ୍ସରେ ଚେନ୍ନାଇ ନିଆଯାଇଥିଲା। ସେଠାରେ ଚିକିତ୍ସା ବେଳେ ଆଜି ତାଙ୍କର ପରଲୋକ ହୋଇଛି।

ଜଗରନାଥ ମହୋତ ହେମନ୍ତ ସୋରନ୍‌ଙ୍କ ଦଳ ଝଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଭେଟେରାନ ବିଧାୟକ ଥିଲେ। ସେ ଗିରିଧର ଦୁମ୍ରି ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ। ଶିବୁ ସୋରେନଙ୍କ ନେତୃତ୍ୱରେ ରାଜ୍ୟ ହିତରେ ସେ ଅନେକ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି। ଆଜି ତାଙ୍କର ପରଲୋକରେ ଝାଡଖଣ୍ଡ ସରକାର ଅନେକ ନେତା ମନ୍ତ୍ରୀ ଶୋକ ପ୍ରକାଶ କରି ଶୋକ ବର୍ତ୍ତା ଦେଇଛନ୍ତି।

Comments are closed.