Latest Odisha News

BREAKING NEWS

ନିପନ ଷ୍ଟିଲ ପ୍ଲାଣ୍ଟ ବୁଲିଲେ ମୁଖ୍ୟମନ୍ତ୍ରୀ; କହିଲେ, ‘କମ୍ପାନୀର ସହଯୋଗ ନେଇ ଆଶାବାଦୀ’

ଟୋକିଓ:ଓଡ଼ିଶାରେ ପୁଞ୍ଜିନିବେଶ କରିବ ନିପନ । ନିପନ ସହଯୋଗରେ କେନ୍ଦ୍ରାପଡା ଓ ଜଗତସିଂହପୁରରେ ହେବ ଷ୍ଟିଲ ପ୍ଲାଣ୍ଟ ।  ଗତକାଲି ଟୋକିଓରେ ହୋଇଥିବା ଓଡ଼ିଶା ବିଜିନେସ ମିଟରେ ଜାପାନ ପୁଞ୍ଜିପତିଙ୍କୁ ଓଡ଼ିଶାରେ ନିବେଶ କରବା ପାଇଁ ଆହ୍ୱାନ ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିପନ ଷ୍ଟିଲ କର୍ପୋରେସନ ବୁଲି ଦେଖିଛନ୍ତି । ଏହା ପରେ ଏକ ଭିଡିଓବାର୍ତ୍ତାରେ ନବୀନ ପଟ୍ଟନାୟକ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ନଟ୍ଟନାୟକ ସପ୍ତାହ ବ୍ୟାପି ଜାପାନ ଗସ୍ତରେ ଅଛନ୍ତି । ଏହି ଅବସରରେ ସେ ଆଜି ନିପନ ଷ୍ଟଲ କର୍ପୋରେଶନ ଗସ୍ତ କରିଥିଲେ । ରାଜ୍ୟର  ବରିଷ୍ଠ ପ୍ରତିନିଧିମଣ୍ଡଳ ସହ ମୁଖ୍ୟମନ୍ତ୍ରୀ ଏହି ଗସ୍ତ ପରେ ଓଡ଼ିଶାରେ ନିପନର ଶିଳ୍ପ ପ୍ରତିଷ୍ଠା ନେଇ ବେଶ ଆଶାବାଦୀ ଅଛନ୍ତି ।

ପାଣ୍ଡିଆନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଏକ ଭିଡିଓ ବାର୍ତ୍ତାଳାପ ଇନଷ୍ଟାରେ ସେୟାର କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଟୋକିଓ ସ୍ଥିତ ନିପନ ଷ୍ଟିଲ ପ୍ଲାଣ୍ଟ ବୁଲି ଦେଖିବା ବେଳେ ସେମାନଙ୍କ ପରିବେଶ ଉପଯୋଗୀ ପଦକ୍ଷେପ ଦେଖି ବହୁତ ଖୁସି ହେଲି। ଗ୍ରୀନ ଟେକ୍ନୋଲୋଜି ଉପଯୋଗରେ ଷ୍ଟିଲ ଉତ୍ପାଦନରେ ସେମାନେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ସହଯୋଗରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ହେବାକୁଯାଉଥିବା ଷ୍ଟିଲ ପ୍ଲାଣ୍ଟ ନେଇ ମୁଁ ବହୁତ ଆଶାବାଦୀ।’

ମଙ୍ଗଳବାର ନିପନ ଷ୍ଟିଲ ପ୍ରେସିଡେଣ୍ଟ ଇଜି ହାସିମୋଟୋଙ୍କ ସହ ବୈଠକ ହୋଇଥିଲା । ବୈଠକରେ ଜାପାନ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଶି୍ଳ୍ପ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା । ଏହାର ୨ ଦିନ ପରେ ଅର୍ଥାତ ଆଜି ମୁଖ୍ୟମନ୍ତ୍ରୀ ପ୍ଲାଣ୍ଟ ପରିଦର୍ଶନରେ ଯାଇଥିଲେ ।  ପ୍ଲାଣ୍ଟ ଗସ୍ତ ଅବସରରେ  ମେଟାଲ ଆଇଟି, ପର୍ଯ୍ୟଟନ,  ଆଲୁମିନିୟମ, ଟେକ୍ସଟାଇଲ, ଖାଦ୍ୟ ପ୍ରକିୟାକରଣ ଏବଂ ଗ୍ରୀନ ହାଇଡ୍ରାେଜେନ କ୍ଷେତ୍ର ହବ ବୁଲି ଦେଖିଛନ୍ତି ।

ଜାପାନୀ ଷ୍ଟିଲ  ଓଡ଼ିଶାରେ ବୃହତ୍ତମ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠାର ଲକ୍ଷ୍ୟ ରଖିଛି ଯାହାର ବାର୍ଷିକ ଉତ୍ପାଦନ କ୍ଷମତା ୩୦ ମିଲିୟନ ଟନ ରହିବ । ବର୍ତ୍ତମାନ ବିଶ୍ୱରେ ସର୍ବାଧିକ ବାର୍ଷିକ ଉତ୍ପାଦନ ୨୦ ମିଲିୟନ ଟନ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ସହ  5T ସଚିବ ଭି.କେ ପାଣ୍ଡିଆନ,  ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା,  ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର, , ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଓ ଇପିକଲର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ପ୍ରମୁଖ ଜାପାନ ଗସ୍ତରେ ସାମିଲ ହୋଇଛନ୍ତି ।

ଟୋକିଓରେ ହୋଇଥିବା ଏହି ସମ୍ମିଳନୀରେ ଜାପାନ ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୨୦୦ରୁ ଅଧିକ ପ୍ରତିଷ୍ଠିତ ଶିଳ୍ପ ପ୍ରତିନିଧି ସାମିଲ ହୋଇଥିଲେ । ଏହି ଶିଳ୍ପପତିମାନେ ରାଜ୍ୟରେ ୨୬ ହଜାର କୋଟିର ପୁଞ୍ଜିନିବେଶ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

 

 

View this post on Instagram

 

A post shared by Naveen Patnaik (@naveen_odisha)

Leave A Reply

Your email address will not be published.