Latest Odisha News

BREAKING NEWS

ଆଜି ଝାଡ଼ଖଣ୍ଡରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ; ବିଜେପିର ୨ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ସୋମବାର ଦିନ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ଭୋଟରମାନେ ମତଦାନ କେନ୍ଦ୍ର ଗୁଡ଼ିକରେ ଲମ୍ବା ଲାଇନ ଲଗାଇ ଭୋଟଦାନ ଜାରି ରଖିଛନ୍ତି ।

ଝାଡ଼ଖଣ୍ଡର ୧୫ଟି ବିଧାନସଭା କ୍ଷେତ୍ରରେ ଆଜି ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ଯେଉଁସବୁ ବିଧାନସଭା ଆସନରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଉଛି – ସିନ୍ଦରି, ନିରସା, ଧାନବାଦ, ଝରିଆ, ତୁଣ୍ଡି, ବାଘମରା, ବୋକାରୋ, ଚନ୍ଦନକିଆରୀ, ମାଧପୁର, ଦେଓଘର, ବାଗୋଦର, ଜାମୁଆ, ଗଣ୍ଡେ, ଗିରିଧ ଏବଂ ଦୁମରୀ ନିର୍ବାଚନ ମଣ୍ଡଳୀ ।

ଆଜି ଶାସକ ବିଜେପି ସରକାରରେ ଥିବା ଦୁଇଜଣ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ରାଜ୍ୟ ଶ୍ରମମନ୍ତ୍ରୀ ରାଜ ପାଲିୱାର ଏବଂ ରାଜ୍ୟ ରାଜସ୍ୱ ମନ୍ତ୍ରୀ ଅମର କୁମାର ବାଉରୀ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।

Leave A Reply

Your email address will not be published.