ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବ ୨ୟ ପର୍ଯ୍ୟାୟ ଭୋଟଗ୍ରହଣ । ଏହି ନିର୍ବାଚନ ଲାଗି ନିର୍ବାଚନ ପ୍ରଚାର ପହଞ୍ଚିଛି ଚୂଡ଼ାନ୍ତ ପର୍ଯ୍ୟାୟରେ । ଅଧିକାଂଶ ପ୍ରାର୍ଥୀମାନେ ଘରଘର ବୁଲି ଭୋଟ ସମର୍ଥନ ସଂଗ୍ରହ କରୁଥିବା ବେଳେ କେତେକ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେଉଛି ନିର୍ବାଚନୀ ସଭା ।
लातेहार: विधानसभा क्षेत्र 74-लातेहार अंतर्गत मतदान केंद्र संख्या 329, उत्क्रमित मध्य विद्यालय, अमझरिया में #JharkhandKaVoteParv में भाग लेते हुए मतदाता। #CEOJharkhand #SVEEPJharkhand pic.twitter.com/sDoKIkuOWp
— CEO Jharkhand Election (@ceojharkhand) November 30, 2019
ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଝାଡ଼ଖଣ୍ଡ ବିଧାନସଭାର ୨୦ଟି ନିର୍ବାଚନ ମଣ୍ଡଳୀ ଲାଗି ହେବ ଭୋଟଗ୍ରହଣ । ଯେଉଁ ୨୦ଟି ଆସନ ଲାଗି ମତଦାନ ଅନୁଷ୍ଠିତ ହେବ ସେହି ଆସନ ଗୁଡ଼ିକ ହେଲା – ବାହାରଗୋରା, ଘାଟଶିଳା, ପୋଟକା, ଯୁଗସଲାଇ, ଜାମସେଦପୁର ପୂର୍ବ, ଜାମସେଦପୁର ପଶ୍ଚିମ, ଷଢେଇକଳା, ଖରସୁଆଁ, ଚାଇଁବସା, ମଝିଗାଁ, ଜଗନ୍ନାଥପୁର, ମନୋହରପୁର, ଚକ୍ରଧରପୁର, ତମାର, ମନ୍ଦାର, ଟୋର୍ପା, ଖୁଣ୍ଟି, ସିସାଇ, ସିମଡ଼େଗା ଏବଂ କୋଲେବିରା ନିର୍ବାଚନ ମଣ୍ଡଳୀ ।
ଝାଡ଼ଖଣ୍ଡରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା ଡ଼ିସେମ୍ବର ୧୨ରେ ୩ୟ ପର୍ଯ୍ୟାୟ, ଡ଼ିସେମ୍ବର ୧୬ରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଏବଂ ଡ଼ିସେମ୍ବର ୨୦ ତାରିଖରେ ୫ମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ଡ଼ିସେମ୍ବର ୨୩ ତାରିଖରେ ଭୋଟ୍ ଗଣନା ହୋଇ ନିର୍ବାଚନ ଫଳାଫଳ ଘୋଷଣା ହେବ ।
Comments are closed.