Latest Odisha News

BREAKING NEWS

ଝାଡ଼ଖଣ୍ଡ ନିର୍ବାଚନ: ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଧର୍ମେନ୍ଦ୍ରଙ୍କ ଜୋରଦାର୍ ପ୍ରଚାର

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଶନିବାର ଦିନ ଅନୁଷ୍ଠିତ ହେବା ପରେ ଆଉ ୪ଟି ପର୍ଯ୍ୟାୟ ଭୋଟଗ୍ରହଣ ଭିନ୍ନ ଭିନ୍ନ ଦିନମାନଙ୍କରେ ଅନୁଷ୍ଠିତ ହେବାକୁ ଯାଉଛି । ସେଥିଲାଗି ପ୍ରମୁଖ ଦଳଗୁଡ଼ିକ ପକ୍ଷରୁ ଜୋରଦାର୍ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି । ଝାଡଖଣ୍ଡର ବିକାଶକୁ ନିରନ୍ତର ସେହି ଦିଗରେ ନେବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଝାଡଖଣ୍ଡରେ ଡବଲ ଇଞ୍ଜିନର ପୁନରାବୃତି ହେଉ । ଝାଡଖଣ୍ଡରେ ପୁଣି ବିଜେପି ସରକାର ହେଲେ ଆଦିବାସୀ ଅଂଚଳର ଆହୁରି ବିକାଶ ହେବ ବୋଲି ଶନିବାର ଝାଡଖଣ୍ଡର ସମୀବର୍ତୀ ଓଡିଶା ଭାଷାଭାଷୀ ଅଂଚଳ ଜାମସେଦପୁର, ଜଗନ୍ନାଥପୁର ଓ ଚକ୍ରଧରପୁର ଠାରେ ବିଜେପି ପକ୍ଷରୁ ଆୟୋଜିତ ନିର୍ବାଚନୀ ଶୋଭାଯାତ୍ରାରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଝାଡଖଣ୍ଡର ସମଗ୍ର ବିକାଶ ପାଇଁ ଭାରତୀୟ ଜନତା ପାର୍ଟିର ସରକାର ନିରନ୍ତର ଚେଷ୍ଟିତା ଗତ ୫ ବର୍ଷରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ୱରେ ଏକ ସ୍ଥିର ଏବଂ ମଜବୁତ ସରକାର ଝାଡଖଣ୍ଡର ବିକାଶ କରିବା କାମରେ ଲାଗିଛନ୍ତି । ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସରକାର ମାଆ ଭଉଣୀଙ୍କୁ ଗ୍ୟାସ ଯୋଗାଇ ଧୂଆଁରୁ ମୁକ୍ତି ଦେବା ସହ ଯୁବକଙ୍କୁ ରୋଜଗାର ପ୍ରଦାନ କରିଛି । ଗରିବ ତଥା ଦିବାସୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ ଜାମସେଦପୁର ଇସ୍ପାତ ନଗରୀ । ପ୍ରଧାନମନ୍ତ୍ରୀ ମୋଦି ଜାମସେଦପୁରରେ ବ୍ୟବସାୟ, ରୋଜଗାର ବୃଦ୍ଧି ତଥା ଜାମସେଦପୁରରେ ଇସ୍ପାତ୍ ଉଦ୍ୟୋଗ ବିକାଶ ପାଇଁ ପ୍ରତିବଦ୍ଧ । ଝାଡଖଣ୍ଡ ଏବଂ ପୂର୍ବାଂଚଳ ରାଜ୍ୟର ବିକାଶ ବିନା ଭାରତର ବିକାଶ ଅସମ୍ଭବ ।
କେନ୍ଦ୍ର ଏବଂ ରାଜ୍ୟର ଡବଲ ଇଞ୍ଜିନର ସରକାର ଫଳରେ ଝାଡଖଣ୍ଡବାସୀଙ୍କୁ ବହୁତ ଲାଭ ହୋଇଛି ।

ଜାମସେଦପୁରକୁ ପାଇପଲାଇନ ଦ୍ୱାରା ଗ୍ୟାସ ଯୋଗାଣର ଉପହାର ମିଳିଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ଝାଡଖଣ୍ଡର ୩୩ ଲକ୍ଷ ଘରେ ଏଲପିଜି ଗ୍ୟାସ ପହଁଚିଛି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାରେ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ମଧ୍ୟ ଝାଡଖଣ୍ଡ ରାଜ୍ୟରୁ ଆରମ୍ଭ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତିା ସେ କହିଛନ୍ତି ଯେ ଝାଡଖଣ୍ଡ ଏବଂ ପୂର୍ବ ଭାରତରେ ବିକାଶର ଅପାର ସମ୍ଭାବନା ଥିଲାବେଳେ ବିଗତ ବର୍ଷ
ଗୁଡିକରେ ଏହା ଉପେକ୍ଷିତ ହୋଇଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଦେଶ ସ୍ୱୀକାର କରିଛି । ମୋଦି ଜଣେ ସେବକ ଭାବରେ ସମାଜର ସବୁ ବର୍ଗ ତଥା ସମସ୍ତଙ୍କୁ ବିକାଶ ସହ ଯୋଡିବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ଯାହାର ଲାଭ ପୂର୍ବ ଭାରତ ଏବଂ ଝାଡଖଣ୍ଡର ଜନତାଙ୍କୁ ମିଳୁଛି ।

ଉଲ୍ଲେଖନୀୟ ଯେ ଏହି ଅବସରରେ ଶ୍ରୀ ପ୍ରଧାନ ବିଜେପିକୁ ଅଧିକ ଭୋଟ ଦେଇ ଝାଡଖଣ୍ଡରେ ପୁଣି ବିଜେପି ସରକାର ଆଣିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

Leave A Reply

Your email address will not be published.