Latest Odisha News

BREAKING NEWS

ଆଜି ବିଶ୍ୱ ଏଡସ୍ ଦିବସ, ଜାଣନ୍ତୁ କାହିଁକି ହୁଏ ପାଳିତ

ଭୁବନେଶ୍ୱର: ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ‘ବିଶ୍ୱ ଏଡସ୍ ଦିବସ’ ଭାବେ ପାଳନ କରାଯାଉଅଛି । କେବଳ ସଚେତନତା ହିଁ ଏଡସ୍ କବଳରୁ ବର୍ତ୍ତିବାର ଏକ ମାତ୍ର ଉପାୟ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି ।

ଜାଣନ୍ତୁ, କଣ ରହିଛି ଉଦ୍ଦେଶ୍ୟ

୧୯୮୮ ମସିହା ଡିସେମ୍ବର ୧ ତାରିଖରୁ ‘ବିଶ୍ୱ ଏଡସ୍ ଦିବସ’ ପାଳନ କରାଯାଉଅଛି । ‘ବିଶ୍ୱ ଏଡସ୍ ଦିବସ’- ୨୦୧୯ର ବାର୍ତ୍ତା ହେଉଛି ‘କମ୍ୟୁନିଟିଜ ମେକ୍ ଦ ଡିଫରେନ୍ସ’ । ଏଚଆଇଭି ଏଡସ୍ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନତା ତଥା ଜାଗୃତ କରିବା ଏହି ଦିବସର ଏକ ଲକ୍ଷ୍ୟ ।

ଅନ୍ୟପକ୍ଷରେ ଏଡସ୍ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଆଜି ବି ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଲୋକ ଲଜ୍ୟା କାରଣରୁ ନିଜର ଚିକିତ୍ସା କରାଇବାକୁ କୁଣ୍ଠାବୋଧ କରୁଥିବାର ନଜର ରହିଛି । ଏହା ବ୍ୟତିତ ସାମାଜିକ ଭେଦଭାବ, ସଚେତନତାର ଅଭାବ, ମାନସିକ ସହଯୋଗର ଅଭାବ ତଥା ହୀନ ମନ୍ୟତା ଆଦିର ଶିକାର ହୋଇ ସେମାନେ ନିଜ ରୋଗ ସମ୍ପର୍କରେ କାହାକୁ କିଛି ଜଣାଇ ପାରିନଥାନ୍ତି । ଯାହାଫଳରେ ଅକାଳରେ ସେମାନଙ୍କ ପ୍ରାଣହାନୀ ଘଟିଥାଏ ।

‘ଗ୍ଲୋବାଲ ଏଚଆଇଭି ଆଣ୍ଡ୍ ଷ୍ଟାଟିଟିକ୍ସ’ର ରିପୋର୍ଟ ଅନୁସାରେ ୨୦୧୭ ସୁଦ୍ଧା ସାରା ବିଶ୍ୱରେ ପାଖାପାଖି ୩କୋଟି ୫୪ଲକ୍ଷ ବ୍ୟକ୍ତି ଏଡସ ଦ୍ୱାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଅନ୍ୟ ଏକ ସର୍ବେକ୍ଷଣ ଅନୁଯାୟୀ ଦକ୍ଷିଣ ଆଫ୍ରିକା ବିଶ୍ୱର ଏଡସ୍ ବହୁଳ ଦେଶ ଏବଂ ଭାରତର ସ୍ଥାନ ତୃତୀୟ ।

ୟୁନିସେଫର ଏକ ରିପୋର୍ଟ ଅନୁସାରେ ସମଗ୍ର ଦେଶରେ ପାଖାପାଖି ୩୬.୯ ମିଲିୟନ୍ ବ୍ୟକ୍ତି ଏଚଆଇଭିରେ ଆକ୍ରାନ୍ତ ହୋଇସାରିଛନ୍ତି । ଏଥିସହିତ ଭାରତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଷ୍ଟାଟିସଟିକ୍ ଅନୁଯାୟୀ ଭାରତରେ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨.୧ ମିଲିୟନ୍ ରହିଛି ।

Leave A Reply

Your email address will not be published.