Latest Odisha News

BREAKING NEWS

ଆଜି ଝାଡ଼ଖଣ୍ଡ ନିର୍ବାଚନ: ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଆଜି ଆରମ୍ଭ ହୋଇଛି । ରାଜ୍ୟରେ ନଭେମ୍ବର ୩୦ରୁ ଡ଼ିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି । ଏହିକ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟରମାନେ ମତଦାନ ଆରମ୍ଭ କରିଛନ୍ତି ।

ଆଜି ଯେଉଁ ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଉଛି – ଛତ୍ରା, ଗୁମଲା, ବିଷ୍ଣୁପୁର, ଲୋହରଡ଼ଗା, ମାନିକା, ଲଟେହାର, ପାନକି, ଡାଲଟନଗଞ୍ଜ, ବିଶ୍ରାମପୁର, ଛତ୍ରପୁର, ହୁସେନବାଦ, ଗରୱାଲ, ଭବନ୍ତପୁର ନିର୍ବାଚନ ମଣ୍ଡଳୀ ।

ଶନିବାର ଦିନ ସକାଳ ୭ଟାରୁ ଝାଡ଼ଖଣ୍ଡରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ପ୍ରାୟ ଅଧିକାଂଶ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକରେ ବ୍ୟାପକ ପୋଲିସ ଫୋର୍ସ ମୂତୟନ ହୋଇଛନ୍ତି ।

ଆଜି ୧ମ ପର୍ଯ୍ୟାୟରେ ଯେଉଁ ୧୩ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି ସେଥିମଧ୍ୟରେ କେତୋଟି ଗୁରୁତ୍ୱପୂର୍ଣ୍ଣ ଆସନ ରହିଛି ଯେଉଁ ଆସନରେ ରାଜ୍ୟର କେତେକ ଆଗଧାଡ଼ିର ନେତାଙ୍କର ଆଜି ଭାଗ୍ୟ ପରୀକ୍ଷା ହେଉଛି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାମଚନ୍ଦ୍ର ଚନ୍ଦ୍ରବଂଶୀ ବିଶ୍ରାମପୁର ଆସନରେ ନିର୍ବାଚନ ଲଢୁଛନ୍ତି । ସେହିପରି ଭାବେ ଆଜି ଝାଡ଼ଖଣ୍ଡ ରାଜ୍ୟ କଂଗ୍ରେସ ସଭାପତି ରାମେଶ୍ୱର ଓରାଓଁ ଲୋହରଡ଼ଗା ଆସନରୁ ନିର୍ବାଚନ ଲଢୁଛନ୍ତି । ଆଜି ୧ମ ପର୍ଯ୍ୟାୟ ଭୋଟଗ୍ରହଣରେ ତାଙ୍କର ଭାଗ୍ୟ ପରୀକ୍ଷା ହେବ ।

Leave A Reply

Your email address will not be published.