Latest Odisha News

BREAKING NEWS

ଝାଡଖଣ୍ଡ ନିର୍ବାଚନ: କଡା ସୁରକ୍ଷା ମଧ୍ୟରେ ୧୩ ଆସନ ଲାଗି ମତଦାନ ଜାରି

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ୧ମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି।

ଏହି ୧ମ ପର୍ଯ୍ୟାୟରେ ୬ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଆଜି ଯେଉଁ ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଉଛି – ଛତ୍ରା, ଗୁମଲା, ବିଷ୍ଣୁପୁର, ଲୋହରଡ଼ଗା, ମାନିକା, ଲଟେହାର, ପାନକି, ଡାଲଟନଗଞ୍ଜ, ବିଶ୍ରାମପୁର, ଛତ୍ରପୁର, ହୁସେନବାଦ, ଗରୱାଲ, ଭବନ୍ତପୁର ନିର୍ବାଚନ ମଣ୍ଡଳୀ ।

ଅନ୍ୟପକ୍ଷରେ ଆଜି ଅନୁଷ୍ଠିତ ଏହି ୧ମ ପର୍ଯ୍ୟାୟ ନିର୍ବାଚନରେ ୧୩ଟି ବିଧାନସଭା ଆସନ ପାଇଁ ପ୍ରାୟ ୧୮୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଯେଉଁଥିରେ ୧୫ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଆହୁରି ମଧ୍ୟ ୩୭ ଲକ୍ଷ ୮୩ ହଜାର ମତଦାତା ଆଜି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ।

ତେବେ ଉକ୍ତ ଅଞ୍ଚଳ ଗୁଡିକରେ ସୁରକ୍ଷା ଦୃଷ୍ଟିକୋଣରୁ ପାଖାପାଖି ୩୫ ହଜାରରୁ ଅଧିକ ଯବାନ ଓ ଅର୍ଦ୍ଧ ସାମରିକ ଦଳ ନିୟୋଜିତ ହୋଇଛନ୍ତି । ଏହାବ୍ୟତିତ ମାଓବାଦୀଙ୍କ ଗତିବିଧି ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ନଭେମ୍ବର ୩୦ରୁ ଡ଼ିସେମ୍ବର ୨୦ ତାରିଖ ପର‌୍ୟ୍ୟନ୍ତ ୫ଟି ପର୍ଯ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.