Latest Odisha News

BREAKING NEWS

ଜାମସେଦପୁରରୁ ନିର୍ବାଚନ ଲଢିବେ ଓଡ଼ିଶା ରାଜ୍ୟପାଳଙ୍କ ବୋହୂ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସଙ୍କୁ ଟିକେଟ ଦେଇଛି ବିଜେପି।  ସେ ଜାମସେଦପୁରରୁ ଲଢିବେ ନିର୍ବାଚନ।  ସେ ଛତିଶଗଡର ଝିଅ ହୋଇଥିବାବେଳେ ଝାଡ଼ଖଣ୍ଡର ବୋହୂ।  ଏହି ଆସନରୁ ରଘୁବର ଦାସ ନିଜେ ୨୦୧୯ରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ପରାଜୟ ବରଣ କରିଥିଲେ। ତେବେ ଟିକେଟ ମିଳିବା ପରେ ଗତ ସାଢେ ୬ ବର୍ଷ ଧରି ସେ ଝାଡ଼ଖଣ୍ଡର ଝିଅ ଭାବେ ସେବା କରିଛନ୍ତି ବୋଲି ପୂର୍ଣ୍ଣିମା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ  ବିଜେପି ଶନିବାର ୬୬ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବାବୁଲାଲ ମାରାଣ୍ଡିଙ୍କୁ ଧାନବାଦ ଆସନରୁ ପ୍ରାର୍ଥୀ କରାଯାଇଥିବା ବେଳେ ଚମ୍ପାଇ ସୋରେନ ଷଢେଇକେଲାରୁ ନିର୍ବାଚନ ଲଢିବା ସ୍ଥିର ହୋଇଛି। ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ ୧୩ ନଭେମ୍ବର ଓ ୨୦ ନଭେମ୍ବରରେ ମତଦାନ ଓ ନଭେମ୍ବର ୨୩ରେ ଭୋଟ ଗଣତି ହେବ।

Comments are closed.